କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଫଳଫଳ ପ୍ରକାଶ ପାଇଛି। ତାହା ଅନୁଯାୟୀ କ୍ଷମତାସୀନ ବିଜେପି ୧୨ଟି ଆସନରେ ବିଜୟୀ ହୋଇଛି। ଅପରପକ୍ଷରେ କଂଗ୍ରେସ ୨ଟି ଏବଂ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତେବେ ଏହି ବିଧାନସଭା ଉପନିର୍ବାଚନରେ ଜେଡିଏସ୍ ଖାତା ଖୋଲିପାରିନାହିଁ ।

Advertisment

ଦଳର ବଡ଼ ବିଜୟ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ରାଜ୍ୟର ଭୋଟରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ବି ଧନ୍ୟବାଦ ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ଆହୁରି ମଧ୍ୟ କହିଛନ୍ତି ଯେ ସେ ବିଜୟୀ ହୋଇଥିବା ୧୨ଜଣ ବିଧାୟକଙ୍କ ମଧ୍ୟରୁ ୧୧ଜଣଙ୍କୁ ନିଜ କ୍ୟାବିନେଟରେ ସ୍ଥାନ ଦେବେ। ଏସଂପର୍କରେ ସେ ୩/୪ ଦିନ ଭିତରେ ନୂଆଦିଲ୍ଲୀ ଯାଇ ଏହାକୁ ଅନ୍ତିମ ରୂପ ଦେବେ।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଆଜି ୧୫ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆସିବାପରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇଛି।