ଫଳାଫଳ ଘୋଷଣା ପୂର୍ବରୁ ହାର ମାନିଲା କଂଗ୍ରେସ । କର୍ଣ୍ଣାଟକ ଉପନିର୍ବାଚନରେ ୧୨ଟି ଆସନରେ ଆଗୁଆ ବିଜେପି । ବିଜୟ ଅଭିମୁଖେ ମୁଖ୍ୟମନ୍ତ୍ରୀ ୟେଦୁୟୁରପ୍ପା

350

କନକ ବ୍ୟୁରୋ: ଫଳାଫଳ ଘୋଷଣା ପୂର୍ବରୁ ହାର ମାନିଲା କଂଗ୍ରେସ । କର୍ଣ୍ଣାଟକର ଜଣେ ବରିଷ୍ଠ ନେତା କହିଛନ୍ତି- ପ୍ରତ୍ୟାଖିତ ନେତାଙ୍କୁ ଲୋକ ନିଜ ପ୍ରତିନିଧି ଭାବେ ବାଛିଛନ୍ତି । ବର୍ତ୍ତମାନ ଯାହା ଆଗୁଆ ସୂଚନା ଆସୁଛି, ସେହି ଅନୁସାରେ ଫଳାଫଳ ଆସିଲେ, ଆମେ ଅଧିକ ଆସନ ପାଇବୁ ନାହିଁ । ଏପଟେ ଉପନିର୍ବାଚନରେ ମୋଟ୍ ୧୫ଟିରୁ ୧୨ଟି ଆସନରେ ବିଜେପି ଆଗୁଆ ରହିଛି । ବଡ଼ ପରୀକ୍ଷାରେ ସଫଳତା ଅଭିମୁଖେ ଆଗାଉଛନ୍ତି ମୁଖ୍ୟମନ୍ତ୍ରୀ ୟେଦୁୟୁରପ୍ପା ।

୨୨୫ ଆସନ ବିଶିଷ୍ଟ ବିଧାନସଭା ୨୦୮କୁ ହ୍ରାସ ପାଇବା ପରେ ମୁଖ୍ୟମନ୍ତ୍ରୀ ଆସ୍ଥା ଭୋଟରେ ବିଜୟୀ ହୋଇଥିଲେ । ବିଜେପି ପାଖରେ ଏବେ ୧୦୫ ବିଧାୟକଙ୍କ ସମର୍ଥନ ରହିଛି । ଉପନିର୍ବାଚନ ହେଉଥିବା ୧୫ ଆସନ ମଧ୍ୟରୁ କଂଗ୍ରେସ ନିକଟରେ ୧୨ ଓ ଜେଡିଏସ ନିକଟରେ ୩ଟି ଆସନ ଥିଲା । ତେବେ ବିଧାୟକମାନେ ବିଦ୍ରୋହ କରି ଅଯୋଗ୍ୟ ଘୋଷଣା ହୋଇଥିଲେ । ଏହାପରେ ଏହି ଆସନରେ ଉପନିର୍ବାଚନ ଡିସେମ୍ବର ୫ରେ ହୋଇଥିଲା ।