ନାଟକ ନେଉଛି ନୂଆ ମୋଡ: ନିର୍ଦ୍ଦେଶ ଦେଲେ ରାଜ୍ୟପାଳ, ମାନିଲେନି ବାଚସ୍ପତି ! ଆସ୍ଥା ଭୋଟ ଶେଷ ନକରି ବିଧାନସଭା ମୁଲତବି କଲେ ।

ଆସନ୍ତାକାଲି ଦିନ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ତେବେ ଗୃହ କାଲି ଯାଏଁ ମୁଲତବି ରଖିବା ପରେ ଆଜି ଆସ୍ଥା ଭୋଟ ଶେଷ କରିବାର ସ୍ୱପ୍ନ ମଉଳିଛି

397

କନକ ବ୍ୟୁରୋ: କର୍ଣ୍ଣାଟକ ନାଟକରେ ପୁଣି ଆସିଲା ନୂଆ ମୋଡ । ଆସ୍ଥା ଭୋଟ ଶେଷ ହେବା ଆଗରୁ ମୁଲତବି ହେଲା କର୍ଣ୍ଣାଟକ ବିଧାନସଭା । ଆସନ୍ତାକାଲି ଯାଏଁ ମୁଲତବି ହେଲା କର୍ଣ୍ଣାଟକ ବିଧାନସଭା । ଆସନ୍ତାକାଲି ଦିନ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ତେବେ ଗୃହ କାଲି ଯାଏଁ ମୁଲତବି ରଖିବା ପରେ ଆଜି ଆସ୍ଥା ଭୋଟ ଶେଷ କରିବାର ସ୍ୱପ୍ନ ମଉଳିଛି । ମୁଲତବି ପରେ କୁମାରସ୍ୱାମୀଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ବିଜେପି ମୁହଁରେ ଶକ୍ତ ଚାପୁଡା ବାଜିଛି ।


ତେବେ ସବୁଠାରୁ ବଡ କଥା ହେଉଛି ରାଜ୍ୟପାଳଙ୍କୁ ମାନିଲେନି ବାଚସ୍ପତି । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଖାତିର ନକରି ଫୁଙ୍କି ଉଡାଇ ଦେଲେ ବାଚସ୍ପତି ରମେଶ କୁମାର । କିଛି ସମୟ ଆଗରୁ ଆସ୍ଥା ଭୋଟ ଶେଷ ପାଇଁ ବାତସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ବାବୁଭାଇ ବାଲା । ଆଜି ଦିନ ଶେଷ ସୁଦ୍ଧା ବିଧାନସଭାରେ ଆସ୍ଥା ପରୀକ୍ଷା ଶେଷ କରି ମହାନାଟକରେ ଶେଷ ଗାର ଟାଣିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ । ହେଲେ ନିର୍ଦ୍ଦେଶର କିଛି କ୍ଷଣ ମଧ୍ୟରେ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ଆଉ ଆଜିର ଆସ୍ଥା ପରୀକ୍ଷାକୁ କାଲି ଯାଏଁ ଘୁଞ୍ଚାଇଲେ ।

ସେପଟେ ବିଧାନସଭା ମୁଲତବି ପରେ ବିଧାନସଭାରେ ଶୋଇବ କହିଛି ବିଜେପି । ଆସ୍ଥା ଭୋଟ ନସରିବା ଯାଏଁ ଗୃହ ଭିତରେ ବିଜେପି ସଦସ୍ୟ ଶୋଇ ରହିବେ ବୋଲି କହିଛନ୍ତି ୟେଦୁରପ୍ପା ।