ଅଶାନ୍ତ ଭଦ୍ରକ, ସହରରେ କର୍ଫ୍ୟୁ : ଘରୁ ନବାହାରିବାକୁ ଲୋକଙ୍କୁ ପୋଲିସର ପରାମର୍ଶ

34

କନକ ବ୍ୟୁରୋ : ଅଶାନ୍ତ ଭଦ୍ରକ । ସାରା ସହରରେ ଜାରି ହୋଇଛି କର୍ଫ୍ୟୁ । ରାତି ସାରା ପୋଲିସ ପଇଁତରା ମାରୁଛି । ପ୍ରତ୍ୟକ ଟିକିନିଖି ହଲଚଲ ଉପରେ ନଜର ରଖିଛି । ସେତେ ଜରୁରୀ ପରିସ୍ଥିତି ନହେଲେ ଘରୁ ବାହାରିବାକୁ ଲୋକଙ୍କୁ ମନା କରାଯାଇଛି । ବିଶୃଙ୍ଖଳାକାରୀଙ୍କୁ ଦେଖିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଛି । ଘଟଣା ସ୍ଥଳରେ ଉତେଜନାକୁ ଦୃଷ୍ଟିରେ ରହି ଗୃହ ସଚିବ, ପୁଲିସ ଡିଜି ଏବଂ ଆଇନ ଶୃଙ୍ଖଳା ଏଡିଜି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ପରିସ୍ଥିତିକୁ ଆୟତକୁ ଆଣିବାକୁ ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଘଟଣାରେ ୧୦ ଜଣଙ୍କୁ ଅଟକ ରଖାଯାଇଛି । ତେବେ ସହରର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ପୋଲିସ ଓ ପ୍ରଶାସନର ନିଦ ହଜାଇଦେଇଛି । ସେଥିପାଇଁ ଅଧିକ ସଜାଗ ରହିଛି ପୋଲିସ । ପରିସ୍ଥିତିକୁ ଆୟତ କରିବା ପାଇଁ ବସିଥିବା ଶାନ୍ତି କମିଟି ବୈଠକରୁ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଆଗକୁ ପୁଣିଥରେ ଶାନ୍ତି କମିଟି ବୈଠକ ବସିବା ସମ୍ଭାବନା ରହିଛି ।