ଘନିଷ୍ଠ ବନ୍ଧୁ ଫରାହା ଖାନଙ୍କୁ କଡ଼ା ଜବାବ ଦେଲେ କପିଲ ଶର୍ମା ! କହିଲେ ,ମୋତେ ଯାହା ଠିକ ଲାଗିଲା ମୁଁ ତାହା କଲି

51

ବଲିଉଡର କମେଡି କିଙ୍ଗ୍ କପିଲ ଶର୍ମା ନିଜର ମଜାଳିଆ କମେଡିରେ ଭାରତର ଏବଂ ଭାରତ ବାହାରର କୋଟି କୋଟି ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । ଛୋଟ ପରଦାରୁ ଆରମ୍ଭ କରି ବଡ଼ ପରଦା ପର୍ଯ୍ୟନ୍ତ ସେ ନିଜର ଅଭିନୟର ପରାକାଷ୍ଠା ଦେଖାଇଛନ୍ତି ଏବଂ ସଫଳତା ହାସଲ କରି ପାରିଛନ୍ତି । କିନ୍ତୁ ଚଳିତ ବର୍ଷ କପିଲ ବିଶେଷ କିଛି ସଫଳତା ପାଇ ପାରିନାହାନ୍ତି । ତଥାପି ସେ ତାଙ୍କର ସଫରକୁ ଜାରି ରଖିଛନ୍ତି ।

ବଲିଉଡରେ କପିଲ ଏବଂ ଫରାହା ହେଉଛନ୍ତି ଦୁଇ ଘନିଷ୍ଠ ବନ୍ଧୁ । କେବଳ ରିଲ୍ ଲାଇଫରେ ନୁହେଁ ବରଂ ରିଅଲ ଲାଇଫରେ ମଧ୍ୟ । କପିଲଙ୍କ ସୋ’ କୁ ସେ ଯେତେବେଳେ ମଧ୍ୟ ଆସନ୍ତି କପିଲଙ୍କ ପାଇଁ ନୂଆ ନୂଆ ଡିସ୍ ମଧ୍ୟ ନେଇ ଆସିଥାନ୍ତି । ଦୁଇଜଣ ଉଭୟଙ୍କର ବନ୍ଧୁତାକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଏମିତି କିଛି ହୋଇଛି ଯେଉଁଥିରେ ଦୁଇ ଜଣଙ୍କ ମଧ୍ୟରେ ମତାନ୍ତର ହୋଇଯାଇଛି । ବାସ୍ତବରେ କପିଲଙ୍କ ଫିଲ୍ମ ଫିରଙ୍ଗୀ ରିଲିିଜ ହେବା ପୂର୍ବରୁ ଫରାହା ଏକ ଟ୍ୱିଟ କରିଥିଲେ, ଏଥିରେ ସେ କାହାର ନାମ ନ ନେଇ ମଧ୍ୟ ‘ମ୍ୟାନରଲେସ୍’ ଭଳି ଶବ୍ଦ ବ୍ୟବହାର କରିଥିଲେ । ସେ ଲେଖିଥିଲେଯେ ଡିଅର ମ୍ୟାନରଲେସ, “ଯଦି ଆପଣ ଭାବୁଛନ୍ତିଯେ ମୁଁ ଆପଣଙ୍କ ପାର୍ଟିକୁ ଆସେ ତେବେ ଜନତା ନିମନ୍ତ୍ରଣ ହ୍ୱାଟସଅପରେ କରନ୍ତୁନାହିଁ । ଆପଣ କୌଣସି ଦୟା କରୁନାହାନ୍ତି, ସାଧାରଣ ଭାବରେ ଏକ କଲ୍ କରିପାରିବେ । ଯଦି ଆପଣଙ୍କ ପାଖରେ ସମୟ ନାର୍ହି ତେବେ ଆପଣ କେମିତି ଭାବୁଛନ୍ତିଯେ ଆପଣଙ୍କ ପାର୍ଟିକୁ ଆସିବାକୁ ମୋ ପାଖରେ ସମୟ ଅଛି ବୋଲି” । ତାଙ୍କର ଏହି ଟ୍ୱିଟ୍ ମାଧ୍ୟମରେ ଲୋକ ବୁଝି ଯାଇଥିଲେ ଯେ ଏହା କପିଲଙ୍କ ପ୍ରତି ଇସାରା ଥିଲା ।

ଏକ ମିଡିଆରେ କଥା ହେବା ବେଳେ ଫରାହା କହିଛନ୍ତିଯେ, ମୁଁ କେବଳ କପିଲଙ୍କ ବିଷୟରେ କହୁନଥିଲି ବରଂ ସେଦିନ ଆଉ କିଛି ଇଭେଂଟ ମଧ୍ୟ ଥିଲା ଏବଂ ମୁଁ ସେ ସମସ୍ତଙ୍କ ବିଷୟରେ କହୁଥିଲି । କପିଲ କିନ୍ତୁ ଆଉ ଚୁପ ରହିନଥିଲେ, ସେ ଏକ ମିଡିଆ ଚ୍ୟାନେଲରେ କହିଥିଲେଯେ, “ଆମ ଫିଲ୍ମର ରିଲିଜ ଗୁରୁବାରକୁ ଥିଲା, ମୋତେ ଯେଉଁ ଉପାୟ ଠିକ ଲାଗିଲା, ମୁଁ ସେହିଭଳି ଫିଲ୍ମ ଇଣ୍ଡଷ୍ଟ୍ରିର ବନ୍ଧୁ ମାନଙ୍କୁ ନିମନ୍ତ୍ରଣ ଦେଲି । ଫିଲ୍ମରେ ସବୁଠାରୁ ଅଧିକ ଫିଲ୍ମର କାଷ୍ଟ, କ୍ରୁ ଏବଂ ତାଙ୍କ ବନ୍ଧୁ ପରିବାର ସମସ୍ତେ ପହଂଚିଥିଲେ । ମୋର ଆଶା ଇଣ୍ଡଷ୍ଟ୍ରିରେ ମୋର ବଡ଼ ଏବଂ ପାୱରଫୁଲ ବନ୍ଧୁମାନେ ଫିଲ୍ମକୁ ପରେ ଦେଖିବେ ।”

ତେବେ ସୁନିଲ ଗ୍ରୋଭରଙ୍କୁ ନେଇ ହୋଇଥିବା ବିବାଦ ଏବଂ କପିଲଙ୍କ ସ୍ୱାସ୍ଥ୍ୟ ଖରାପ ହେବାପରେ ତାଙ୍କର ସୋ’କୁ ସେ ବନ୍ଦ କରି ଦେଇଥିଲେ । ତେବେ ଚଳିତବର୍ଷ ସେ ଏତେ ସଫଳତା ହାସଲ କରି ପାରି ନଥିଲେ । କିନ୍ତୁ ନିକଟରେ ତାଙ୍କ ଫିଲ୍ମ ଫିରଙ୍ଗୀ ରିଲିଜ ହୋଇସାରିଛି । ଯଦି ଫିଲ୍ମର ବ୍ୟବସାୟ ଠିକ ରହେ, ତେବେ କପିଲଙ୍କର ଏହି ବର୍ଷର କିଛି କ୍ଷତି ପୂରଣ ହୋଇଯାଇପାରେ ।