କନକ ନ୍ୟୁଜ୍ ଏବେ ଇନସାଟ୍ -୪ଏ ରେ

128

କନକ ବ୍ୟୁରୋ : ଓଡିଆ ନ୍ୟୁଜ୍ ଚ୍ୟାନେଲ୍ କନକ ନ୍ୟୁଜ୍ ଏବେ ଭାରତୀୟ ଜାତୀୟ ଉପଗ୍ରହ ଇନସାଟ୍-୪ଏ ମାଧ୍ୟମରେ ଦର୍ଶକମାନଙ୍କୁ ଉପଲବ୍ଧ ହୋଇପାରୁଛି । ଆଗରୁ ଏହି ଚ୍ୟାନେଲ ଏସିଆସାଟ୍-୫ ସ୍ୟାଟେଲାଇଟରେ ଥିଲା । ଇନସାଟ୍ -୪ଏର ଫ୍ରୁଟ୍ ପ୍ରିଣ୍ଟ ଭାରତୀୟ ଉପମହାଦେଶରେ ଅତିସୁବିଧାରେ ଉପଲବ୍ଧ ହେଉଥିବାରୁ ଉଭୟ କେବୁଲ ଅପରେଟର ଓ ଦର୍ଶକ ଏହି ଫ୍ରି ଟୁ ଏୟାର ଚ୍ୟାନେଲକୁ ଅତି ସହଜରେ ଦେଖିପାରିବେ । କେବୁଲ ଅପରେଟରମାନେ ଇନସାଟ୍ -୪ଏ ସ୍ୟାଟେଲାଇଟର ୩୭୫୬ ଫ୍ରିକ୍ୟୁଏନ୍ସି, ସିମ୍ବଲ ରେଟ୍ ୧୩୩୩୩ ତଥା ପୋଲାରାଇଜେସନ ହୋରାଇଜୋଣ୍ଟାଲ ମାଧ୍ୟମରେ କନକ ନ୍ୟୁଜକୁ ଡାଇନଲିଙ୍କ କରିପାରିବେ ।

କନକ ନ୍ୟୁଜ ଦେଖିବାରେ ଅସୁବିଧା ହେଉଥିଲେ ଦର୍ଶକମାନେ ୯୧୭୮୪୬୭୦୨୫କୁ ଫୋନ୍ କରିବାକୁ ଅନୁରୋଧ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କନକ ନ୍ୟୁଜ ଦେଶର ସମସ୍ତ ପ୍ରମୁଖ ଡିଟିଏଚ୍ ସର୍ଭିସ୍ ଯଥା ଟାଟା ସ୍କାଏ ,ଡିସ୍ ଟିଭି ,ଭିଡିଓକନ୍ ଡିଜେଡଏଚ୍ ଓ ଏୟାରଟେଲ ତଥା ଅଗ୍ରଣୀ ଏମଏସଓ ଓରଟେଲ୍ , ସିଟିକେବୁଲ ,ମନ୍ଥନ, ଇଏମ୍ ଡିଜିଟାଲ ଓ ଏନଏକ୍ସଟି ଡିଜିଟାଲ ମାଧ୍ୟମରେ ଦୃଶ୍ୟମାନ ହେଉଛି ।