କନକ ନ୍ୟୁଜର ପ୍ରଭାବ…ଖବର ପ୍ରସାରଣ ପରେ ସୁରଥୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ…ଦୁଃଖ ବୁଝିବା ସହ ଅସହାୟ ବୃଦ୍ଧାଙ୍କୁ କଲେ ଜରାଶ୍ରମରେ ଥଇଥାନ

394

କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ । ଜରାଶ୍ରମ ଗଲେ ଅସହାୟ ବୃଦ୍ଧା । ଦଶରଥପୁର ବ୍ଲକ ଅସନପୁର ପଂଚାୟତ କଂଟାବଣିଆ ଗାଁର ସୁରଥୀଙ୍କୁ ଛତିଆର ସେବକ ଆଶ୍ରମକୁ ନିଆଯାଇଛି । ଭାରପ୍ରାପ୍ତ ଜିଲ୍ଲାପଳ ମିହିର ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରଥୀଙ୍କ ନିକଟରେ ପହଂଚି ତାଙ୍କୁ ସେବକ ଜରାଶ୍ରମରେ ଥଇଥାନ କରାଯାଇଛି ।

 

୪୦ ବର୍ଷ ତଳେ ସ୍ୱାମୀଙ୍କ ମୃତ୍ୟୁ ପରେ ସୁରଥୀ ବେସାହାରା ହୋଇ ପଡିଥିଲେ । ତେବେ ସରକାରୀ ସହାୟତା ନାଁରେ ସୁରଥୀଙ୍କୁ ମିଳୁଥିଲା ମାତ୍ର ୫ଶହ ଟଙ୍କାର ଭତ୍ତା ସାଙ୍ଗକୁ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଚାଉଳ । ଜମିବାଡି କିଛି ନଥିବାରୁ ବୃଦ୍ଧା ଜଣକ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଡିରହିଥିବା ବେଳେ ପଡୋଶୀଙ୍କ ହାତଟେକାରେ ପୁରୁଥିଲା ଅସହାୟ ସୁରଥୀଙ୍କ ଭୋକିଲା ପେଟ ।

ତେବେ ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅସହାୟ ସୁରଥୀଙ୍କୁ ଥଇଥାନ କରାଯାଇଛି ।