କନକ ନ୍ୟୁଜର ପ୍ରଭାବ: ଖବର ପ୍ରସାରଣ ପରେ ଚେତିଲା ମାଥିଲି ସ୍ୱାସ୍ଥ୍ୟ ବିଭାଗ; ଅସୁସ୍ଥ ଯୁବକର ଗାଁରେ ପହଞ୍ଚିଲା ମେଡିକାଲ ଟିମ୍

୧୦ ବର୍ଷ ଧରି ଗୁରୁତର ଥିବା ଦେବାକୁ ଉଦ୍ଧାର କରି ଡାକ୍ତରଖାନାରେ କରାଗଲା ଭର୍ତ୍ତି

371

କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ । ଖବର ପ୍ରସାରଣ ପରେ ଚେତିଲା ମାଥିଲି ପ୍ରଶାସନ । ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ୧୦ ବର୍ଷ ହେବ ଗୁଣିଆ ଭରସାରେ ରହି ଗୁରୁତର ଥିବା ଯୁବକ ଦେବା ପଡିଆମୀଙ୍କୁ ଉଦ୍ଧାର କରି ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଜାମ୍ବଗୁଡା ଗାଁ ରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଁଂଚି ଦେବା ପଡିଆମୀକୁ ଉଦ୍ଧାର କରି ଆଣିବା ସହର ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରିଛି ।

ଅଜଣା ରୋଗର ଶିକାର ହୋଇଥିବା ଦେବା ପଡିଆମୀକୁ ୧୦ ବର୍ଷ ଧରି ପରିବାର ଲୋକେ ମେଡିକାଲ ନେବା ପରିବର୍ତ୍ତେ ଗୁଣିଆ ହାତରେ ଟେକି ଦେଇଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦେବା ପଡିଆମୀର ଅବସ୍ଥା ଏବେ ସଂକଟାପନ୍ନ ରହିଛି । ତାଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଚିକିତ୍ସା ଆରମ୍ଭ ହେବ ବୋଲି କହିଛନ୍ତି ମାଥିଲି ସ୍ୱାସ୍ଥ୍୍ୟକେନ୍ଦ୍ର ଅଧିକାରୀ । ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।