ବିବାଦରେ ବଳି ପଡିଲେ ମଧ୍ୟସ୍ଥି ! ଶ୍ୱଶୁର-ଜ୍ୱାଇଁଙ୍କ ଝଗଡାକୁ ସମାଧାନ କରିବାକୁ ଯାଇ ହେଲେ ଆହତ

30

କନକ ବ୍ୟୁରୋ : ବିବାଦରେ ବଳିପଡିଲେ ମଧ୍ୟସ୍ଥି । ଶ୍ୱଶୁର-ଜ୍ୱାଇଁଙ୍କ ମଧ୍ୟରେ ବିବାଦକୁ ସମାଧାନ କରିବାକୁ ଯାଇ ଆହତ ହୋଇଛନ୍ତି ମଧ୍ୟସ୍ଥି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମୁତୁକୁଣି ଗାଁର ଲାଚଣା କାଡ୍ରାକା ଓ ତାଙ୍କ ଜ୍ୱାଇଁ ସମ୍ବା କୁନାକାଙ୍କ ମଧ୍ୟରେ ଘରୋଇ ବିବାଦକୁ ନେଇ ବଚସା ହୋଇଥିଲା । ପରିସ୍ଥିତି ଏପରି ହୋଇଯାଇଥିଲା ଯେ, ଏଥିରେ ଉତକ୍ଷିପ୍ତ ହୋଇ ଜ୍ୱାଇଁ ସମ୍ବାଙ୍କୁ ଗୁଳି କରିବାକୁ ଉଦ୍ୟମ କରିଥିଲେ ଲାଚଣା  ।

ଏହି ବିବାଦରେ ସମାଧାନ କରୁଥିବା ଲାକଣା କାଡ୍ରାକାଙ୍କୁ ୩ଟି ଗୁଳି ବାଜିଥିଲା । ଏହାପରେ ଘଟଣାସ୍ଥଳରୁ ଲାଚଣା ଫେରାର ହୋଇଯାଇଛି । ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପଂହଚି ଲାକଣାକୁ ଆହତ ଅବସ୍ଥାରେ ରାୟଗଡ଼ା ମେଡ଼ିକାଲରେ ଭର୍ତି କରିଛି । ସେପଟେ ପୁଲିସ ଏନେଇ ତଦନ୍ତ ଜାରି ରଖିଛି ।