କେମିତି ହୋଇଥିଲା କଳ୍ପନାଙ୍କ ହତ୍ୟା? ଡେମୋ କରି ଦେଖାଇଲା ଅନୁପଙ୍କ ଡ୍ରାଇଭର: ନକଲି ମୃତଦେହ ଉପରେ ଚଢାଗଲା ବୋଲେରୋ; ସୃଷ୍ଟି କରାଗଲା ହତ୍ୟା ଘଟଣାର ପ୍ରତିକାତ୍ମକ ଚିତ୍ର

4,138

କନକ ବ୍ୟୁରୋ: କଳ୍ପନା ଦାସ ଓ ତାଙ୍କ ଝିଅର ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଆଉ କିଛି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଏହି ଘଟଣାରେ ଗିରଫ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ସାଥିରେ ନେଇ ପୋଲିସ ହତ୍ୟା ଘଟଣାର ଡେମୋ କରିଛି । କିପରି ପରିସ୍ଥିତିରେ କଳ୍ପନାଙ୍କ ହତ୍ୟା କରାଯାଇଥିଲା ଏବଂ କେମିତି କରାଯାଇଥିଲା ସେସବୁର ଡେମୋ କରିଦେଖାଇଛିି ବର୍ଦ୍ଧନ ଟପ୍ପୋ । ପୁରା ହତ୍ୟା ଘଟଣାର ଏକ ପ୍ରତିକାତ୍ମକ ଚିତ୍ର ସୃଷ୍ଟି କରାଯାଇଥିଲା । ନକଲି ମୃତଦେହ ଉପରେ ଚଢାଯାଇଥିଲା ବୋଲେରୋ ଗାଡି ।

ଆଜି ଛତିଶଗଡ ପୋଲିସ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ହତ୍ୟା କରାଯାଇଥିବା ସ୍ଥାନକୁ ନେଇଥିଲା । ଏବଂ ହତ୍ୟାକାଣ୍ଡର ପ୍ରତିଟି ପର୍ଯ୍ୟାୟକୁ ଡେମୋ ମାଧ୍ୟମରେ ବର୍ଣ୍ଣନା କରିଥିଲେ ବର୍ଦ୍ଧନ । ଯାହା ଅନୁମାନ କରାଯାଉଛି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ କିଛି ଲୋକଙ୍କୁ ମଧ୍ୟ ପୋଲିସ ଖୋଜୁଛି । ସେମାନଙ୍କ ପାଖରେ ପୋଲିସ ଖୁବଶୀଘ୍ର ପହଂଚିବା ନେଇ ଅନୁମାନ କରାଯାଉଛି ।

ଏପଟେ ଡବଲ୍ ମର୍ଡର ଘଟଣାର ଅଧିକ ଛାନଭିନ ପାଇଁ ଓଡ଼ିଶା ଆସିବ ଛତିଶଗଡ଼ ପୁଲିସର ୩ଟି ଟିମ୍ । ଆଜି ଏହି ୩ଟି ଟିମ୍ ଓଡ଼ିଶାର ପୃଥକ୍ ପୃଥକ୍ ସ୍ଥାନରେ ଖୋଳତାଡ଼ କରିବା ନେଇ ସୂଚନା ମିଳିଛି । ତେବେ ଏହି ଘଟଣାରେ କେବଳ ଅନୁପ ସାଏ କିମ୍ବା ଡାଇଭର ବର୍ଦ୍ଧନ ଟପ୍ପୋଙ୍କ ବ୍ୟତୀତ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ନେଇ ସନ୍ଦେହ କରୁଛି ରାୟଗଡ଼ ପୁଲିସ୍ । ସେହିପରି ଏହି ହତ୍ୟାକାଣ୍ଡରେ ରାଜନୈତିକ ସଂପୃକ୍ତି ଥାଇପାରେ ବୋଲି ସୂଚନା ଦେଇଛନ୍ତି ରାୟଗଡ଼ ଏସ୍ପି । ଏପଟେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୋଲିସ ଗିରଫ କରିଛି ।

କୌଣସି ଏକ ଅଜ୍ଞାତ ସ୍ଥାନରେ ରଖି ଡ୍ରାଇଭରକୁ ପଚରାଉଚରା କରୁଛି ରାୟଗଡ ପୁଲିସ । ଅନୁପଙ୍କ ଡ୍ରାଇଭରକୁ ଜେରା କରି ପୁଲିସ ପ୍ରାୟ ୪ ବର୍ଷ ତଳର ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ଆଉ କିଛି ପରଦା ହଟାଇବା ସମ୍ଭାବନା ରହିଛି । ହତ୍ୟାରେ ବ୍ୟବହୃତ ଲୁହା ରଡ୍ ଓ ବୋଲେରୋ ଗାଡି ଏବେ କେଉଁଠି, ତାର ଅନୁସନ୍ଧାନ ଚଳାଇଛି ପୋଲିସ । ଅନୁମାନ କରାଯାଉଛି, ଛତିଶଗଡ ପୋଲିସ କବଜାରେ ଡ୍ରାଇଭର ପଡିବା ପରେ ଏହି ରହସ୍ୟ ଉପରୁ ପରଦା ହଟିପାରେ । ସେପଟେ ଖୁବଶୀଘ୍ର ଛତିଶଗଡ ପୋଲିସ ପୁଣି ଓଡିଶା ଆସି ଘଟଣାର ଅଧିକ ଛାନଭିନ କରିବ ବୋଲି ଜଣାପଡିଛି ।