କନକ ବ୍ୟୁରୋ : କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରିବା ପରେ ଗାଁ ଗାଁରେ ଏହି ଫର୍ମ ପାଇବା ପାଇଁ ଲୋକଙ୍କର ଭିଡ ଦେଖିବାକୁ ମିଳିଛି । ତେବେ ବାଲେଶ୍ୱରରେ କାଳିଆ ଯୋଜନାର ଫର୍ମ ବିକ୍ରି ନେଇ ଏକ ଭିଡିଓ ଭାଇରାଲ ହୋଇଛି । ବାଲେଶ୍ୱର ଖଇରା ବ୍ଲକ ମାଖନପୁର ପଂଚାୟତରୁ ଏହି ଭିଡିଓଟି । ଏହି ଭିଡିଓରେ ପଂଚାୟତ କାର୍ଯ୍ୟାଳୟ ଆଗରେ କିଭଳି ଜଣେ ବ୍ୟକ୍ତି ଫର୍ମ ବିକ୍ରିି କରୁଛନ୍ତି ତାହା ଦେଖିବାକୁ ମିଳିଛି ।
ବାଇକ ଡିକିରୁ ବ୍ୟକ୍ତି ଜଣକ କାଳିଆ ଯୋଜନା ଫର୍ମ କାଢି ଅସହାୟ ବୃଦ୍ଧ ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରି ଫର୍ମ ବିକ୍ରି କରୁଛନ୍ତି ।ଏପରିକି ପ୍ରତି ଫର୍ମ ପିଛା ୫୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି । ତେବେ ଏପରି ଘଟଣା ସମ୍ପର୍କରେ ଜଣାପଡିବା ପରେ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/Sequence-1-01544609.jpg)