କବିସୂର୍ଯ୍ୟନଗର : ଆସ୍କା କବିସୂର୍ଯ୍ୟନଗରରେ ପୁଲିସ ଏନକାଉଂଟର । ବଡଖରିଡା ଗାଁରେ ପୁଲିସ ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧି ଦିଲ୍ଲୀପ ନାୟକ ଆହତ ହୋଇଛି । ଦିଲ୍ଲୀପର ବାମ ଗୋଡରେ ଗୁଳି ବାଜିଛି, ତା ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି । ଗୋଟିଏ ମାଉଜର ଓ ୩ ରାଉଣ୍ଡ ଗୁଳି ଜବତ ହୋଇଛି । କବିସୂର୍ଯ୍ୟନଗର ମେଡିକାଲରେ ଦିଲ୍ଲୀପକୁ ଭର୍ତି କରାଯାଇଛି ।