ଦେଶର ୪୭ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଅରବିନ୍ଦ ବୋବଡେ ! ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ 

120

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅରବିନ୍ଦ ବୋବଡେ ଆଜି ଦେଶର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଭବନରେ ନିର୍ଦ୍ଧାରିତ ସମୟ ସକାଳ ୯ :୩୦ ମିନିଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶପଥ ନେବା ପରେ ଜଷ୍ଟିସ ବୋବଡେ ତାଙ୍କ ମା’ଙ୍କ ଆର୍ଶୀବାଦ ଗ୍ରହଣ କରିଥିବାର ମଧ୍ୟ ନଜର ଆସିଥିଲେ ।

ପୂର୍ବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅକ୍ଟୋବର ୧୮ ତାରିଖ ଦିନ ତାଙ୍କର ଉତ୍ତରାଧିକାରୀ ଭାବେ ଶୀର୍ଷ ଅଦାଲତର ଦ୍ୱିତୀୟ ବରିଷ୍ଠ ବିଚାରପତି ଏସ.ଏ ବୋବଡେଙ୍କ ନାମ ସୁପାରିସ କରିଥିଲେ ।