ସ୍ୱାର୍ଟସିଟି ଭୁବନେଶ୍ୱରର ଜମାଣିଆ ଚ୍ୟାଲେଞ୍ଜ । ବିଭିନ୍ନ କଳାକୃତି ସାମ୍ନାରେ ଜମ୍ପ୍ କରି ଫଟୋ ଛାଡନ୍ତୁ, ଆପଣଙ୍କୁ ଦେଖିବ ପୂରା ବିଶ୍ୱ

258

କନକ ବ୍ୟୁରୋ : ହକି ବିଶ୍ୱକପ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ରଙ୍ଗ ତୂଳୀର ସ୍ପର୍ଶରେ ସଜେଇ ହୋଇ ଯାଇଛି ରାଜଧାନୀର କାନ୍ଥବାଡ । କେବଳ କାନ୍ଥ ବାଡ ନୁହେଁ ଭୁବନେଶ୍ୱରରୁ ବିଶ୍ୱସ୍ତରୀୟ ସହରର ଲୁକ୍ ଦେବା ପାଇଁ ଏଲଇଡି ଲାଇଟ ସାଙ୍ଗକୁ ବିଭିନ୍ନ ପ୍ରକାର ଆର୍କଷଣୀୟ ପ୍ରତିମୂର୍ତ୍ତି ଶୋଭା ପାଉଛି ସ୍ମାର୍ଟସିଟିରେ । ଯାହା ଦେଶର ଏକ ନମ୍ବର ସ୍ମାର୍ଟ ସିଟିକୁ ଆହୁରି ସ୍ମାର୍ଟ କରୁଛି । ତେବେ ସୋସିଆଲ ମିଡିଆ ଜମାନାରେ ଏହି କଳାକୃତି ସହ ନୂଆବୋହୂର ରୂପ ଧାରଣ କରିଥିବା ଭୁବନେଶ୍ୱରକୁ ଲୋକଲୋଚନକୁ ଆଣିବାକୁ ସ୍ମାର୍ଟସିଟି ଭୁବନେଶ୍ୱର ପକ୍ଷରୁ ଆରମ୍ଭ ହୋଇଛି ନୂଆ ଚ୍ୟାଲେଞ୍ଜ #JumpForBhubaneswarChallenge  ।

 

View this post on Instagram

 

With Men’s #HockeyWorldCup2018 in full swing, #Bhubaneswar is all decked up and beautified with loaded awesomeness. Let’s all come together and mark our support to showcase this beautiful transformation. So Folks, Go take the ‘Jump For Bhubaneswar Challenge’. To get started with this, we challenge @mohanty_babushaan @duteechand & @prakrutimishra How to do it: 1. Explore #Bhubaneswar, choose one of the many awesome spaces around the city to be your picture background and time your jump. 2. Post your pic using #JumpForBhubaneswarChallenge, and tag two of your friends to pass on the challenge! P.S: The challenge is open for all to mark their support for Bhubaneswar.

A post shared by Smart City Bhubaneswar (@smartcitybhubaneswar) on

ଏହି ଚ୍ୟାଲେଞ୍ଜ ଅନୁଯାୟୀ, ସୋସିଆଲ ମିଡିଆ ୟୁଜର୍ସ ମାନେ ପ୍ରଥମେ ଭୁବନେଶ୍ୱରର ଏକ ସୁନ୍ଦର କଳାକୃତି ଥିବା ମନପସନ୍ଦର ସ୍ପଟ ବାଛିବେ । ଉଦାହରଣ ସ୍ୱରୂପ ଉକ୍ରଳ ବିଶ୍ୱବିଦ୍ୟାଳୟ ସମ୍ମୁଖ ଓଭରବ୍ରିଜ କାନ୍ଥରେ ହୋଇଥିବା ଥ୍ର-ଡି ଚିତ୍ର କିମ୍ବା ରାଜଧାନୀର ରାସ୍ତାକଡରେ ହୋଇଥିବା ରଙ୍ଗବେରଙ୍ଗର ଚିତ୍ର କିମ୍ବା ଏକାମ୍ର କ୍ଷେତ୍ରର ପ୍ରତିକୃତି, ନଚେତ ବିନ୍ଦୁ ସାଗରରେ ହେଉଥିବା ଲାଇଟ ଆଣ୍ଡ ସୋ ଭଳି ସ୍ଥାନକୁ ପ୍ରଥମେ ବାଛିବାକୁ ପଡିବ । ଏହି ସବୁ ସ୍ପଟକୁ ବ୍ୟାକଗ୍ରାଉଣ୍ଡରେ ରଖି ୟୁଜର୍ସଙ୍କୁ ଡେଇଁବା ଅବସ୍ଥାରେ ଫଟୋ ଉଠାଇବାକୁ ପଡିବ ।

ଫଟୋ ଉଠାଇବା ପରେ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିପାରିବେ ୟୁଜର୍ସ । ଏହାସହ ନିଜର ଦୁଇଜଣ ସାଥୀଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଟ୍ୟାଗ କରିପାରିବେ । ସ୍ୱାର୍ଟସିଟି ଭୁବନେଶ୍ୱର ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରଥମେ ଓଲିଉଡ ସିନେଷ୍ଟାର ବାବୁସାନ, ପ୍ରକୃତି ମିଶ୍ର ଓ ଆଥଲେଟ ଦୂତି ଚାନ୍ଦଙ୍କୁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ବାବୁସାନ ଓ ପ୍ରକୃତି ମିଶ୍ର । ଊଭୟ ଆଇ ଲଭ ଭୁବନେଶ୍ୱର ଲେଖାଥିବା ଏକ ପ୍ରତିକୃତିକୁ ବ୍ୟାକଗ୍ରାଉଣ୍ଡରେ ରଖି ଡେଉଁଥିବା ସମୟର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏବଂ ନିଜର ଦୁଇ ଅନ୍ୟ ବନ୍ଧୁଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଟ୍ୟାଗ୍ କରିଛନ୍ତି ।

ସବୁଠୁ ବଡ କଥା ହେଲା ସୋସିଆଲ ମିଡିଆର ଯେକୌଣସି ୟୁଜର୍ସ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବା ସହ ଫଟୋ ଉଠାଇ #JumpForBhubaneswarChallenge ଲେଖି ପୋଷ୍ଟ କରିପାରିବେ ।