ଭାରତ ଇତିହାସରେ ଏଭଳି କେସ୍ ଯେଉଁଠି କୋର୍ଟରେ ନୁହଁ ଜେଲରେ ହିଁ ଶୁଣାଇ ଦିଆଗଲା ରାୟ !

59

ଦୋଷୀକୁ ଦଣ୍ଡ ବିଧାନ କରିବା ପାଇଁ ଅଦାଲତର କାଠଗଡାରେ ଠିଆ କରି ପ୍ରଶ୍ନ ପଚରାଯାଏ । ସମ୍ପୁର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ ନ୍ୟାୟାଧିଶ ରାୟ ଶୁଣାନ୍ତି । କିନ୍ତୁ କିଛି କେସ୍ ଏମିତି ଅଛି ଯାହାର ରାୟ କୋର୍ଟରେ ନହୋଇ ଥାନା ଭିତରେ ହିଁ ରଫାଦଫା ହୋଇଯାଇଛି । ଏହିଭଳି କେସରେ କେଉଁ କ୍ଷେତ୍ରରେ ଅଭିଯୁକ୍ତଙ୍କ ସମର୍ଥକ ଉତ୍ପାତର ଡର ଥିଲା ତ ଆଉ କେଉଁ କ୍ଷେତ୍ରରେ ଅଭିଯୁକ୍ତଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିଲା । ତେଣୁ ସଭିଙ୍କ ମଙ୍ଗଳ ସକାଶେ ଏହି କେସ୍ ସବୁକୁ ଜେଲ୍ ଭିତରେ ହିଁ ରାୟ ଶୁଣାଇ ଦିଆଗଲା । ନିକଟରେ ଆଶାରାମ ବାପୁ କେସ୍ ଥାନାରେ ରଫାଦଫା ହୋଇଥିବାବେଳେ ଆଉ ଏଭଳି କିଛି କେସ୍ ଉପରେ ଆସନ୍ତୁ ନଜର ପକାଇବା । ଇନ୍ଦିରା ଗାନ୍ଧୀ ମର୍ଡର କେସ୍ ।
୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ଭାରତର ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଦୁଇ ଅଙ୍ଗରକ୍ଷୀ ହତ୍ୟା କରିଥିଲେ । ବେଅନ୍ତ ସିଂହ ଏବଂ ସତବନ୍ତ ସିଂହ ନାମକ ଦୁଇ ଅଙ୍ଗରକ୍ଷୀ ଇନ୍ଦିରାଙ୍କୁ ଗୁଳି ମାରିଥିଲେ । କିନ୍ତୁ ଘଟଣାସ୍ଥଳରେ ବେଅନ୍ତ ସିଂହକୁ ଅନ୍ୟ ଅଙ୍ଗରକ୍ଷୀମାନେ ମାରି ଦେଇଥିଲେ । ସତବନ୍ତ ସିଂହ ଏବଂ ଅନ୍ୟ ଜଣେ ସାଥି କେହର ସିଂହକୁ ପୋଲିସ୍ ଗିରଫ କରିଥିଲା । ସେତେବେଳେ ଜେଲ୍ ଭିତରେ ହିଁ ଦୁଇ ଆରୋପୀଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା । ରୋଚକ ତଥ୍ୟ ଏହି କି ଦୀର୍ଘ ୪ ବର୍ଷ ଧରି ଏହି କୋର୍ଟ ଜେଲ୍ ସହ ଅପରେଟ୍ ହେଉଥିଲା । ଆଶାରାମଙ୍କ କ୍ଷେତ୍ରରେ ଗୋଟିଏ ଦିନ ଏହିଭଳି ଅବସ୍ଥା ଦେଖାଦେଇଥିଲା । ଆତତାୟୀ ଅଜମଲ କସାବ୍ କେସ୍ ।
୨୬ ନଭେମ୍ବର ୨୦୦୮ ଭାରତ ଇତିହାସର ଲୋମଟାଙ୍କୁରା ଦିନ କହିଲେ ଅତ୍ୟୁକ୍ତି ହେବନାହିଁ । ଏହିଦିନ ଭାରତରେ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପ୍ରାୟ ୬୦ ଘଣ୍ଟା ଧରି ମୁମ୍ବାଇ ସଡକରେ ମୃତ୍ୟୁର ତାଣ୍ଡବଲୀଳା ଲାଗି ରହିଲା । ୧୦ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ସମସ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆତତାୟୀ ପୋଲିସ୍ ହାତରେ ଆସିଥିଲା । ଯାହାର ନାଁ ଥିଲା ଅଜମଲ କସାବ୍ । ଏହି ହାଇ-ପ୍ରୋଫାଇଲ୍ କେସ୍ ପାଇଁ ମୁମ୍ବାଇର ଅର୍ଥର ରୋଡ୍ ଜେଲର ଚୟନ କରାଗଲା । ଏଠାରେ ବଡ ବଡ ଓକିଲଙ୍କ ନିରୀକ୍ଷଣରେ କସାବକୁ ଜେରା କରାଗଲା । ଶେଷରେ କୋର୍ଟ କସାବକୁ ଫାଶୀ ଦଣ୍ଡାଦେଶ ଶୁଣାଇବା ପରେ ପୁନେଠାରେ ୨୧ ନଭେମ୍ବର ୨୦୧୨ ରେ କସାବକୁ ଫାଶୀ ଦିଆଯାଇଥିଲା । ବାବା ଗୁରମିତ୍ ରାମ୍ ରହିମ୍ ସିଂହ ।
ଏହି କେସ୍ ଲୋକଙ୍କ ମନରେ ତାଜା ହୋଇ ରହିଥିବ । ଏହି ହିଂସାତ୍ମକ ଘଟଣାର ସମ୍ପୁର୍ଣ୍ଣ ଲାଇଭ୍ ଦେଖିଥିବା ଲୋକ ଏହାକୁ ଭୁଲି ପାରିବେନାହିଁ । ବାବା ଗୁରମିତ୍ ସିଂହ ଉପରେ ଦୁଷ୍କର୍ମର ଅଭିଯୋଗ ହୋଇଥିଲା । ୨୦୧୭ ଅଗଷ୍ଟ ୨୫ ତାରିଖରେ ପଞ୍ଚକୁଲାର ସ୍ପେଶାଲ ସିବିଆଇ କୋର୍ଟ ଗୁରମିତକୁ ଦୋଷୀର ରାୟ ଶୁଣାଇଲା । ରାୟ ଉକ୍ତ ତାରିଖର ୨ ଦିନ ପରେ ଶୁଣାଇବା ପାଇଁ ଯୋଜନା ରହିଥିଲା, କିନ୍ତୁ ବାବାଙ୍କ ଭକ୍ତଙ୍କ ଉତ୍ପାତ ଦେଖି ଦୁଇଦିନ ପୂର୍ବରୁ ଜେଲ୍ ଭିତରେ ହିଁ ରାୟ ଶୁଣାଇ ଦିଆଗଲା । ଭକ୍ତଙ୍କ ଦୌରାମ୍ୟ ଏତେ ବଢି ଯାଇଥିଲା ଯେ କେତେ ନିରୀହଙ୍କ ଜୀବନ ଯିବା ସହ ରାଷ୍ଟ୍ରୀୟ ସମ୍ପତ୍ତର କ୍ଷୟକ୍ଷତି ମଧ୍ୟ ଘଟିଥିଲା । ଜଜ୍ ଜଗଦିପ ସିଂହଙ୍କ ତତ୍ତ୍ୱାବଧାନରେ ଜେଲର ଲାଇବ୍ରେରୀରେ ବୈଠକ ବସି ଅଭିଯୁକ୍ତକୁ ରାୟ ଶୁଣାଇ ଦିଆଯାଇଥିଲା । ରାମ୍ ରହିମକୁ ୧୦ ବର୍ଷ ଦଣ୍ଡାଦେଶ ଦିଆଗଲା । କଏଦୀ ନମ୍ବର ୧୯୯୭ ଗୁରମିତ୍ ରାମ୍ ରହିମ୍ ଏବେ ରୋହତକ୍ ଜେଲରେ ସଜା କାଟୁଛି ।