ଦିନେ ଭାରତରେ ଥିଲେ ସାମ୍ବାଦିକ, ଏବେ ବ୍ରିଟେନର ପରିବହନ ମନ୍ତ୍ରୀ ! ପଢନ୍ତୁ ଜନସନଙ୍କ ଜୀବନ କାହାଣୀ ।

61

ପରିଶ୍ରମ ଏବଂ ଆତ୍ମବିଶ୍ୱାସ ଦ୍ୱାରା ଦିନେ ନା ସଫଳତା ମିଳିଥାଏ । ଏହାର ଏକ ଜଳନ୍ତ୍ୱ ଉଦାହରଣ ଏବେ ସାମ୍ନାକୁ ଆସିଛି । ଇତିହାସକାର ରାମଚନ୍ଦ୍ର ଗୁହା ଏକ ଟ୍ୱିଟ କରିଛନ୍ତି । ଏହି ଟ୍ୱିଟ ଦ୍ୱାରା ଜଣେ ବିଶେଷ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି । ତେବେ ଏହି ବ୍ୟକ୍ତି ଆଉ କେହି ନୁହନ୍ତି, ବ୍ରିଟେନର ଟ୍ରାନ୍ସପୋର୍ଟ ମନ୍ତ୍ରୀ ଜୋ ଜନସନ ଅଟନ୍ତି । ରାମଚନ୍ଦ୍ରଙ୍କ ଟ୍ୱିଟ ଅନୁଯାୟୀ, ଜନସନ ପ୍ରଥମେ ଭାରତରେ ଦିଲ୍ଲୀର ଫାଇନାନ୍ସସିଆଲ ଟାଇମ୍ସର ସାମ୍ବାଦିକ ଥିଲେ ।

ଏବେ ଜୋ ଜନସନ ବ୍ରିଟେନର ଟ୍ରାନ୍ସପୋର୍ଟ ମନ୍ତ୍ରୀ ସହ ଲଣ୍ଡନର ମନ୍ତ୍ରୀ ମଧ୍ୟ ଅଛନ୍ତି । ଜୋ ଜନସନ ବ୍ରିଟେନର ଓରପିଙ୍ଗଟନରୁ ସାଂସଦ ଅଛନ୍ତି । ତେବେ ଜୋ ଜନସନଙ୍କ ସହ ରାମଚନ୍ଦ୍ର ଗୁହାଙ୍କ ସାକ୍ଷାତ ଲଣ୍ଡନର ଅଣ୍ଡରଗ୍ରାଉଣ୍ଡ ମେଟ୍ରୋରେ ହୋଇଥିଲା । ସେ କହିଛନ୍ତି ଯେ, ଜୋ ଜନସନ ଯାତାୟତ ପାଇଁ ଅଧିକାଂଶ ସମୟ ପବ୍ଲିକ ଟ୍ରାନ୍ସପୋର୍ଟର ହିଁ ବ୍ୟବହାର କରିଥାନ୍ତି । ଜୋ ଜନସନ ଅତ୍ୟନ୍ତ ଶାନ୍ତ ସ୍ୱଭାବର ଅଟନ୍ତି ଏବଂ ଲୋକମାନଙ୍କ ସହ ମିଳାମିଶା କରିବାକୁ ପସନ୍ଦ କରିଥାନ୍ତି ।

କେବଳ ରାଜନୀତି ନୁହେଁ, ଜୋ ଜନସନ କ୍ରିକେଟ ଖେଳିବାକୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି । ସେ ଚ୍ୟାରିଟି ମ୍ୟାଚରେ ଇଂଲଣ୍ଡ ଟିମ ବିପକ୍ଷରେ ମଧ୍ୟ ମ୍ୟାଚ ଖେଳି ସାରିଛନ୍ତି । ତେବେ ରାଜନୀତି ଏବଂ ସାମ୍ବାଦିକତା ଦିଗରେ ଆସିବା ପୂର୍ବରୁ ଜୋ ଜନସନ ଡୋଇଚେ ବ୍ୟାଙ୍କରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଥିଲେ ।

ଜୋ ଜନସନଙ୍କୁ ସାମ୍ବାଦିକତାରେ ଅନେକ ପୁରସ୍କାର ଏବଂ ସମ୍ମାନ ମିଳିଛି । ସେ ସାମ୍ବାଦିକ ସହ ଏକା ଧାରାରେ ଲେଖକ ମଧ୍ୟ ଅଟନ୍ତି । ଏପରିକି ତାଙ୍କ ବିବାହ ଦ ଗାର୍ଡିଆନର ସାମ୍ବାଦିକା ଏମେଲା ଜେଣ୍ଟଲମ୍ୟାନଙ୍କ ସହ ହୋଇଛି । ତେବେ ଜୋ ଜନସନ ଏବେ ବ୍ରିଟେନର ଟ୍ରାନ୍ସପୋର୍ଟ ମନ୍ତ୍ରୀ ସହ ଲଣ୍ଡନର ମନ୍ତ୍ରୀ ମଧ୍ୟ ଅଛନ୍ତି ।