କନକ ବ୍ୟୁରୋ: ଜେଏମ୍ଏମ୍ ବାଙ୍ଗିରିପୋଷି ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ବଦଳାଇଲାଛି। ବାଙ୍ଗିରିପୋଷିରେ ସୁନ୍ଦର ମୋହନ ସିଂଙ୍କ ସ୍ଥାନରେ ଫାଗୁ ହାଁସବା ପ୍ରାର୍ଥୀ ହୋଇଥିବା ବେଳେ ରାଇରଙ୍ଗପୁରରେ ସୁନାରାମ ଟୁଡୁଙ୍କ ସ୍ଥାନରେ ରାମଚନ୍ଦ୍ର ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି।
ଜେଏମ୍ଏମ୍ କେନ୍ଦ୍ରୀୟ କମିଟି ଅଧ୍ୟକ୍ଷ ଶିବୁ ସୋରେନ୍ ଓଡ଼ିଶାର ୫ ବିଧାନସଭା ଏବଂ ୧ ଲୋକସଭା ନିମନ୍ତେ ପ୍ରାର୍ଥୀ ଘୋଷଣା କରିଥିଲେ। ମୟୂରଭଞ୍ଜ ଲୋକସଭା ନିମନ୍ତେ ଦଳ ଅଞ୍ଜନୀ ସୋରେନ୍ଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ଜିଲ୍ଲାର ଏକମାତ୍ର ଅଣସଂରକ୍ଷିତ ଆସନ ମୋରଡ଼ା ନିମନ୍ତେ କଳିଙ୍ଗ କେଶରୀ ଜେନା, ସାରସକଣା ନିମନ୍ତେ ଦଳର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍, ବାଙ୍ଗିରିପୋଷି ନିମନ୍ତେ ସୁନ୍ଦର ମୋହନ ସିଂହ ଏବଂ ରାଇରଙ୍ଗପୁର ନିମନ୍ତେ ସୁନାରାମ ଟୁଡ଼ୁଙ୍କୁ ଦଳ ପ୍ରାର୍ଥୀ କରିଥିଲ।
ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଆସନରେ ଦଳ ସେବିୟନ ଆଇନ୍ଦ୍ଙ୍କୁ ଦଳ ପ୍ରାର୍ଥୀ କରିଥିବା ଜଣାପଡ଼ିଛି। ମାତ୍ର ବୀରମିତ୍ରପୁର ଆସନରେ କଂଗ୍ରେସ୍ ପୂର୍ବରୁ ଜର୍ଜ ର୍ତିକୀଙ୍କ ପୁଅ ରୋହିତ ଜୋସେଫ ର୍ତିକୀଙ୍କୁ ପ୍ରାର୍ଥୀ କରିଛି। ତେଣୁ ଉଭୟ ଦଳ ମଧ୍ୟରେ ଏହି ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବାର ସମ୍ଭାବନା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/JMM-big.jpg)