ପୋଷ୍ଟପେଡ ଯୁଦ୍ଧ : ବଜାରକୁ ଆସିଲା ଜିଓ ପୋଷ୍ଟପେଡର ଧମାକାଦାର ଅଫର ।
ରିଲାଏନ୍ସ ଜିଓ ନିଜର ଅନେକ ପ୍ରିପେଡ ପ୍ଲାନ ବାହାର କଲା ପରେ ଏବେ ପୋଷ୍ଟପେଡ ମାର୍କେଟରେ ଧମାକା ମଚାଇବା ପାଇଁ ପ୍ରସ୍ତୁତ ହୋଇସାରିଛି । ଜିଓ ଏବେ ସବୁଠାରୁ ଶସ୍ତା ପୋଷ୍ଟପେଡ ପ୍ଲାନ ଆଣିଛି ଯାହାର ମୂଲ୍ୟ ୧୯୯ଟଙ୍କା ରହିଛି । ଏହି ପ୍ଲାନର ବୈଧତା ରହିଛି ୧ମାସ ଏବଂ ଅନଲିମିଟେଡ କଲିଂ ସହ ୨୫ଜିବି ଡାଟା ଓ ଜିଓ ଆପର ସବସ୍କ୍ରିପସନ ସୁବିଧା ମିଳିପାରିବ । ଏହି ପ୍ଲାନରେ ମାତ୍ର ୫୦ପଇସା ପ୍ରତି ମିନିଟରେ ଆଇଏସଡି କଲିଂ କରିହେବ । ଜିଓର ଏହି ପ୍ଲାନ ୧୫ମଇରେ ଲାଇଭ ହେବ ଏହା ପରେ ଆପଣ ରିଚାର୍ଜ କରିପାରିବେ । ତେବେ ଆସନ୍ତୁ ଜାଣିବା ଭୋଡାଫୋନ, ଆଇଡିଆ ଏବଂ ଏୟାରଟେଲର ପୋଷ୍ଟପେଡ ପ୍ଲାନ ସମ୍ପର୍କରେ ଏବଂ ଏହି ପ୍ଲାନରେ ଆପଣଙ୍କୁ କଣ ସୁବିଧା ମିଳିପାରିବ ?
Kanak News is now on WhatsApp
Join and get latest news updates delivered to you via WhatsApp
ସର୍ବପ୍ରଥମେ ଏୟାରଟେଲର ଆରମ୍ଭ ପୋଷ୍ଟପେଡ ପ୍ଲାନର ସମ୍ପର୍କରେ କହିବାକୁ ଗଲେ ଏହାର ମୂଲ୍ୟ ୩୯୯ଟଙ୍କା ରହିଛି ଏବଂ ଏହି ପ୍ଲାନରେ ଆପଣଙ୍କୁ ଗୋଟିଏ ରେଂଟଲରେ ୨୦ଜିବି ଡାଟା ମିଳିବ ଏବଂ ଅନଲିମିଟେଡ କଲର ସୁବିଧା ମିଳିବ । ଏହାସହ ଆମାଜନ ପ୍ରାଇମର ବର୍ଷେ ପର୍ଯ୍ୟନ୍ତ ସବସ୍କ୍ରିପଶନ ଆପଣ ପାଇ ପାରିବେ । ଏୟାରଟେଲ ପ୍ଲାନର ଫାଇଦା ହେଉଛି ଏହା ଯେ ବଳକା ଡାଟା ପର ମାସରେ ବ୍ୟବହାର କରିପାରିବେ । ଏହି ପ୍ଲାନରେ ରୋମିଂ ସମୟରେ ମଧ୍ୟ ଫ୍ରି-କଲିଂ ଏବଂ ପ୍ରତିଦିନ ୧୦୦ଟି ମେସେଜର ସୁବିଧା ମଧ୍ୟ ଆପଣ ପାଇ ପାରିବେ । ଆଇଏସଡି କଲ ପାଇଁ ଆପଣଙ୍କୁ ଭିନ୍ନ ସୁବିଧା ନେବାକୁ ପଡିବ ।
ଭୋଡାଫୋନ ପୋଷ୍ଟପେଡ ପ୍ଲାନର ମୂଲ୍ୟ ରହିଛି ୩୯୯ଟଙ୍କା ଏବଂ ଏହି ପ୍ଲାନ ଆପଣଙ୍କୁ ୧ମାସ ପାଇଁ ୨୦ଜିବି ଡାଟା ମିଳିବ । ଏହାସହ ଅନଲିମିଟେଡ କଲ ମଧ୍ୟ ଆପଣ ପାଇ ପାରିବେ । ଏହି ପ୍ଲାନରେ ଆପଣଙ୍କ ଭୋଡାଫୋନ ପ୍ଲେ’ର ଫ୍ରି ସବସ୍କ୍ରିପସନ ମଧ୍ୟ ଆପଣ ଉପଲବ୍ଧ କରିପାରିବେ । ଏହି ପ୍ଲାନରେ ରୋମିଂରେ ଫ୍ରି କଲ ଏବଂ ପ୍ରତିଦିନ ୧୦୦ମେସେଜର ସୁବିଧା ମିଳିବ । ଏଥିରେ ମଧ୍ୟ ଆଇଏସଡି କଲ ପାଇଁ ଆଉ ଏକ ରିଚାର୍ଜ କରିବାକୁ ପଡିବ ।
ଆଇଡିଆ ପ୍ଲାନ ସମ୍ପର୍କରେ କହିବାକୁ ଗଲି ଏହି ପ୍ଲାନର ମୂଲ୍ୟ ରହିଛି ୩୮୯ଟଙ୍କା ଏବଂ ଏଥିରେ ଆପଣଙ୍କୁ ୨୦ଜିବି ଡାଟା ମିଳିବ । ଏହି ପ୍ଲାନରେ ଅସୁବିଧା କେବଳ ଏତିକି ଯେ ଏଥିରେ ରୋମିଂ କଲ ପାଇଁ ଟଙ୍କା ଦେବାକୁ ପଡିବ ଏବଂ ଆଇଏସଡି କଲିଂ ପାଇଁ ୧୦୦୦ଟଙ୍କା ସିକ୍ୟୁରିଟି ଜମା କରିବାକୁ ପଡିବ । ଆଇଏସଡି କଲ ପାଇଁ ଅଲଗା ରିଚାର୍ଜ କରିବାକୁ ପଡିବ ।