ବିସ୍ଥାପିତଙ୍କ ଅସନ୍ତୋଷ ! ଜୟପୁର ତେଲେଇଗିରି ଜଳସଚେନ ପ୍ରକଳ୍ପ କାମକୁ ବନ୍ଦ କଲେ ବିସ୍ଥାପିତ

33

କନକ ବ୍ୟୁରୋ : ଜୟପୁର ତେଲେଇଗିରି ଜଳସଚେନ ପ୍ରକଳ୍ପ କାମକୁ ବନ୍ଦ କଲେ ବିସ୍ଥାପତି । ଦାବି ପୂରଣ ନହେବାରୁ ପ୍ରକଳ୍ପ ଅଧିକାରୀଙ୍କୁ ବିସ୍ଥାପିତ ମାନେ ଆକ୍ରମଣ କରିଛନ୍ତି । ଫଳରେ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଛି । ବିସିଙ୍ଗପର ଥାନାରେ ଜଳସେଚନ ପ୍ରକଳ୍ପ ଅଧିକାରୀ ଏନେଇ ମାମଲା ରୁଜୁ କରିଛନ୍ତି ।

୨୦୦୩ରୁ ପ୍ରକଳ୍ପ କାମ ଆରମ୍ଭ ହୋଇ ୨୦୧୦ ସୁଦ୍ଧା କାମ ସରିବ କଥା । କିନ୍ତୁ ବର୍ତମାନ ଯାଏ କାମ ଶେଷ ହୋଇନି । ଏହା ସହ ୮ଟି ପଂଚାୟତର ବିସ୍ଥାପିତଙ୍କୁ ଥଇଥାନ କରାଯାଇନାହିଁ କି କୌଣସି ଚାକିରି ମିଳିନାହିଁ । ଫଳରେ ବିସ୍ଥାପିତ ମାନେ ପ୍ରକଳ୍ପ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଧାରଣାରେ ବସିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-