କନକ ବ୍ୟରୋ: ମହଙ୍ଗା ପଡିବ ବିନା ହେଲମେଟରେ ଗାଡି ଚଲାଇବା । ଦୁର୍ଘଟଣାକୁ ରୋକିବା ପାଇଁ ସରକାରଙ୍କ ନୂଆ ଯୋଜନା କୋରାପୁଟ ଜୟପୁରରେ କାର୍ଯ୍ୟକାରୀ କରିଛି ପୁଲିସ । ଷ୍ଟୁଡେଣ୍ଟ ଟ୍ରାଫିକ ଭଲେଂଟିୟର ଯୋଜନାକୁ ଜୟପୁର ଥାଉନ ଥାନା ପରିସରରେ ଉଦଘାଟନ କରିଛନ୍ତି କୋରାପୁଟ ଏସପି । ପୋଲିସ ହେଉ ବା ଜନତା ଯିଏ ବି ନିୟମ ଭାଙ୍ଗିଲେ ଆଇନ ଆଗରେ ସମସ୍ତେ ଦଣ୍ଡିତ ହେବେ ।
ଏଣିକି ଜୟପୁରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସକୁ ସହଯୋଗ କରିବେ ଛାତ୍ରଛାତ୍ରୀ । ଏଥିପାଇଁ ଆବେଦନ କରିଥିବା ବଛା ବଛା ଛାତ୍ରଛାତ୍ରୀଙ୍କୁ ୫ ଦିନ ତାଲିମ ଦିଆଯିବା ପରେ ସହରର ପ୍ରମୁଖ ସ୍ଥାନ ସେମାନଙ୍କୁ ନିଯୋଜିତ କରାଯିବ ।
ମାସକୁ ୧୫ ଦିନ ହିସାବରେ ୩ ଘଂଟା କାମ କରି ଏମାନେ ମାସକୁ ୧୫୦୦ଟଙ୍କା ଦରମା ପାଇବେ । ଏହି ଯୋଜନାରେ ଜୟପୁର ମହିଳା ମହାବିଦ୍ୟାଳୟ ଓ ବିକ୍ରମଦେବ କଲେଜର ୬୦ ଜଣ ଛାତ୍ରଛାତୀ ସାମିଲ ହୋଇଛନ୍ତି । ପାଠପଢା ସହ ସମାଜ ସେବା କରିବାକୁ ଆଗେଇ ଆସିଛନ୍ତି ଏହି ଛାତ୍ରଛାତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/Sequence-1-01541718.jpg)
/kanak/media/post_attachments/wp-content/uploads/2019/01/vlcsnap-2019-01-12-16h34m59s467-300x220.png)
/kanak/media/post_attachments/wp-content/uploads/2019/01/vlcsnap-2019-01-12-16h34m36s170-300x220.png)