ଆମେରିକା ନ୍ୟୁ ଜର୍ସିରେ ଗୁଳିକାଣ୍ଡ : ଗୁଳିମାଡରେ ପୋଲିସ ଅଫିସରଙ୍କ ସମେତ ୬ ମୃତ ,ପୋଲିସର କାର୍ଯ୍ୟାନୁଷ୍ଠାନରେ ୨ ସନ୍ଦିଗ୍ଧ ମୃତ୍ୟୁ 

146

ଆମେରିକା ନ୍ୟୁଜର୍ସିର ଠାରେ ଥିବା ଏକ ଷ୍ଟୋର ବାହାରେ ଗୁଳିକାଣ୍ଡ ଘଟିଛି । ଏକ ଦୋକାନ ଉପରକୁ ଦୁଇ ଜଣ ଦୁବୃର୍ତ ଆସି ଆଖିବୁଜା ଗୁଳିମାଡ କରିଥିଲେ । ଏହି ଘଟଣାରେ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ୍ ୬ ଜଣଙ୍କ ମୃତ୍ୟୁହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ସନ୍ଦୀଗ୍ଧ ସାମିଲ ଥିବା ଜଣାପଡିଛି । ପାଖରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ କର୍ମୀ ମଧ୍ୟ ଗୁଳିର ଶିକାର ହୋଇ ଜୀବନ ହରାଇଥିବା ଜଣାପଡିଛି । ଏହି ଗୁଳିକାଣ୍ଡ ଘଟଣା ସହିତ କୌଣସି ଆତଙ୍କୀ ଗୋଷ୍ଠୀର ସଂପର୍କ ରହିଛି କି ନାହିଁ କିଛି ସ୍ପଷ୍ଟ ହୋଇନାହିଁ ।

ଏହି ଗୁଳିକାଣ୍ଡ ସହରର ବେୟୁ ନିକଟରେ ହୋଇଥିବା କଥା କୁହାଯାଉଛି । ସୂଚନା ମୁତାବକ, ବେୟୁ ଓ ମାର୍ଟନ ଲୁଥର କିଙ୍ଗ ରୋଡ ନିକଟରେ ଅପରାହ୍ନ ସମୟରେ ଏହି ଗୁଳିକାଣ୍ଡ ଘଟିଛି । ଉକ୍ତ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି । ଘଟଣାର ତଦନ୍ତ କରୁଛି ନ୍ୟୁଜର୍ସି ପୋଲିସ । ଘଟଣା ପରେ ପୁରା ସହରକୁ ସିଲ୍ କରି ପୋଲିସ ତଲାସୀ ଅଭିଜାନ ଆରମ୍ଭ କରିଛି । ସହର ଭିତରେ ଥିବା ସମସ୍ତ ଗାଡି ମୋଟରକୁ କଡାକଡି ଯାଂଚ କରୁଛି । ଏହି ସମୟରେ ଜରୁରୀକାଳୀନ ଭିତ୍ତିରେ ସ୍କୁଲ ଓ ଅନ୍ୟ ସାର୍ବଜନିକ ସ୍ଥଳରେ ସୁରକ୍ଷା ବଢାଇ ଦିଆଯାଇଛି । ମୃତ ପୋଲିସକର୍ମୀଙ୍କ ପରିଚୟ ମିଳିପାରି ନାହିଁ ।