ଆମେରିକା ନ୍ୟୁଜର୍ସିର ଠାରେ ଥିବା ଏକ ଷ୍ଟୋର ବାହାରେ ଗୁଳିକାଣ୍ଡ ଘଟିଛି । ଏକ ଦୋକାନ ଉପରକୁ ଦୁଇ ଜଣ ଦୁବୃର୍ତ ଆସି ଆଖିବୁଜା ଗୁଳିମାଡ କରିଥିଲେ । ଏହି ଘଟଣାରେ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ୍ ୬ ଜଣଙ୍କ ମୃତ୍ୟୁହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ସନ୍ଦୀଗ୍ଧ ସାମିଲ ଥିବା ଜଣାପଡିଛି । ପାଖରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ କର୍ମୀ ମଧ୍ୟ ଗୁଳିର ଶିକାର ହୋଇ ଜୀବନ ହରାଇଥିବା ଜଣାପଡିଛି । ଏହି ଗୁଳିକାଣ୍ଡ ଘଟଣା ସହିତ କୌଣସି ଆତଙ୍କୀ ଗୋଷ୍ଠୀର ସଂପର୍କ ରହିଛି କି ନାହିଁ କିଛି ସ୍ପଷ୍ଟ ହୋଇନାହିଁ । /kanak/media/post_attachments/wp-content/uploads/2019/12/22a7ab71ae2b4e68bf44b7279d0e7ac8_19-300x168.jpg)
ଏହି ଗୁଳିକାଣ୍ଡ ସହରର ବେୟୁ ନିକଟରେ ହୋଇଥିବା କଥା କୁହାଯାଉଛି । ସୂଚନା ମୁତାବକ, ବେୟୁ ଓ ମାର୍ଟନ ଲୁଥର କିଙ୍ଗ ରୋଡ ନିକଟରେ ଅପରାହ୍ନ ସମୟରେ ଏହି ଗୁଳିକାଣ୍ଡ ଘଟିଛି । ଉକ୍ତ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି । ଘଟଣାର ତଦନ୍ତ କରୁଛି ନ୍ୟୁଜର୍ସି ପୋଲିସ । ଘଟଣା ପରେ ପୁରା ସହରକୁ ସିଲ୍ କରି ପୋଲିସ ତଲାସୀ ଅଭିଜାନ ଆରମ୍ଭ କରିଛି । ସହର ଭିତରେ ଥିବା ସମସ୍ତ ଗାଡି ମୋଟରକୁ କଡାକଡି ଯାଂଚ କରୁଛି । ଏହି ସମୟରେ ଜରୁରୀକାଳୀନ ଭିତ୍ତିରେ ସ୍କୁଲ ଓ ଅନ୍ୟ ସାର୍ବଜନିକ ସ୍ଥଳରେ ସୁରକ୍ଷା ବଢାଇ ଦିଆଯାଇଛି । ମୃତ ପୋଲିସକର୍ମୀଙ୍କ ପରିଚୟ ମିଳିପାରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/dd518ca5cbd142d38f4210293027eab7_18.jpg)
/kanak/media/post_attachments/wp-content/uploads/2019/12/83143d12216542f5ba3ef052364cd6a1_19-300x168.jpg)