ନିର୍ବାଚନ କମିଶନଙ୍କୁ ଭେଟିବ ବିଜେଡି । ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବାର ଦେବ ବାର୍ତ୍ତା । କେନ୍ଦ୍ର କରୁଛି କି ସଜବାଜ?

38

କନକ ବ୍ୟୁରୋ : ବିଜେଡି ଚାହୁଁଛି ରାଜ୍ୟରେ ଆଗୁଆ ନିର୍ବାଚନ । ଏହି ପ୍ରସଙ୍ଗ ନେଇ ଆଜି ଅପରାହ୍ନରେ ନିର୍ବାଚନ କମିଶନଙ୍କୁ ଭେଟିବେ ବିଜେଡି ପ୍ରତିନିଧି ଦଳ । ଏ ସଂପର୍କରେ ସୂଚନା ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ଅଛି ବୋଲି କହିଛନ୍ତି ସାଂସଦ । ଏ ସଂପର୍କରେ ଆଜି ଅପରାହ୍ନ ୩ଟାରେ ନିର୍ବାଚନ କମିଶନଙ୍କୁ ଭେଟି ଜଣାଇବେ ବିଜେଡି ପ୍ରତିନିଧି ଦଳ । ଯଦି କେନ୍ଦ୍ର ଆଗୁଆ ନିର୍ବାଚନ ପାଇଁ ଯୋଜନା କରେ ତେବେ ସେଥିରେ ବିଜେଡିକୁ ସାମିଲ କରାଯାଉ ବୋଲି ନିର୍ବାଚନ କମିଶନଙ୍କୁ ଜଣାଇବେ ଏହି ପ୍ରତିନିଧି ଦଳ । ତେବେ ଅନେକ ଦିନ ହେଲାଣି ରାଜ୍ୟରେ ଚର୍ଚ୍ଚା ହେଉଛି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ ହୋଇପାରେ । ତେବେ ଏନେଇ ଆଜି ସ୍ପଷ୍ଟ ସୂଚନା ଦେଇଛନ୍ତି ପୁରୀ ସାସଂଦ ପିନାକୀ ମିଶ୍ର ।

 

କେନ୍ଦ୍ର ସରାକର ଯଦି ଆଗୁଆ ନିବ୪ଚନ କରିବା ପାଇଁ ଚାହୁଁଛନ୍ତି ତେବେ ଓଡିଶାକୁ ମଧ୍ୟ ସେହି ନିର୍ବାଚନରେ ସାମିଲ କରିବା ପାଇଁ ଏକ ପ୍ରତିନିଧି ଦଳ ଜାତୀୟ କମିଶନଙ୍କୁ ଭେଟି ଜଣାଇବ । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡିଶା ନିର୍ବାଚନ ପାଇଁ ପ୍ରସ୍ତୁତି ଥିବା ଏଥିରୁ ସ୍ପଷ୍ଟ ହୋଇଛି । ଏହି ଆଗୁଆ ନିର୍ବାଚନ ପ୍ରସଙ୍ଗ ଓ କମିଶନଙ୍କୁ ଭେଟିବା ପ୍ରସଙ୍ଗରେ ପୁରୀ ସାସଂଦ ପିନାକୀ ମିଶ୍ର କହିଛନ୍ତି ଯେ, କେନ୍ଦ୍ର ସରାକର ଯଦି ଦେଶରେ ଆଗୁଆ ନିର୍ବାଚନ ହେବ ତେବେ ଓଡିଶା ମଧ୍ୟ ସାମିଲ କରିବା ପାଇଁ ଆମେ ଦାବି କରିବୁ । କାରଣ ଏକାକାଳୀନ ନିର୍ବାଚନ କଲେ ରାଜ୍ୟର ପ୍ରାୟ ୧୦୦୦କୋଟି ଟଙ୍କା ବଚିଂଯିବ । ତେଣୁ ଯଦି କେନ୍ଦ୍ର ସରାକର ଆଗୁଆ ନିର୍ବାଚନ କରିବ ତେବେ ରାଜ୍ୟମଧ୍ୟ ସେବି ନିର୍ବାଚନରେ ନିଜକୁ ସାମିଲ କରିବା ପାଇଁ ଚାହିଁବ । ଏହା ହେଲେ ଓଡିଶାର ଲୋକମାନଙ୍କ ପାଇଁ କେବଳ ହିତ ହେବ । ତେଣୁ ଏପରି ପରିସ୍ଥିତିରେ କେବଳ ଟଙ୍କା ବଞ୍ଚାଇବା ପାଇଁ ଓଡିଶା ମଧ୍ୟ ଆଗୁଆ ନିର୍ବାଚନରେ ନିଜକୁ ସାମିଲ କରିବା ପାଇଁ ଆମେ ନିର୍ବାଚନ କମିଶନଙ୍କୁ ଭେଟିବା ସହ ଆମର ଦାବୀ ଜଣାଇବୁ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।