ଦୁନିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଆମାଜନର ସିଇଓ ଜେଫ ବେଜୋସ ! ବିଲ ଗେଟସଙ୍କୁ ପକାଇଲେ ପଛରେ

40

ଆମାଜନର ଫାଉଣ୍ଡର ଏବଂ ସିଇଓ ଜେଫ ବେଜୋସ ୧୪୧.୯ ଅରବ ଡଲାର ସମ୍ପତି ସହ ଦୁନିଆର ସବୁଠାରୁ ଧନୀ ଲୋକ ଭାବରେ ପରିଗଣିତ ହେଲେ । ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟସଙ୍କୁ ପଛରେ ପକାଇ ଧନୀ ଲୋକ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜେଫ ବେଜୋସ । ଜୁନ ୧ ତାରିଖରୁ ବେଜୋସଙ୍କ ସମ୍ପତିର ସମ୍ପୁର୍ଣ୍ଣ ମୂଲ୍ୟ ୫ ଅରବ ଡଲାରରୁ ଅଧିକ ବଢିବାରୁ ବେଜୋସ ବିଲ ଗେଟସକୁ ପଛରେ ପକାଇ ଆଗକୁ ଚାଲିଯାଇଛନ୍ତି । ବେଜୋସ ଏବେ ଧନୀ ମାନଙ୍କ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳ ୯୨.୯ ଅରବ ଡଲାର ସହ ବିଲ ଗେଟସ ଦ୍ୱୀତିୟ ସ୍ଥାନରେ ରହିଛନ୍ତି ।

ବେଜୋସ ଦୁନିଆର ସବୁଠାରୁ ଧନୀ ଲୋକ ଭାବରେ ପରିଗଣିତ ହୋଇଥିଲେ ମଧ୍ୟ ବେଜୋସଙ୍କ ରିଟେଲିଂ କମ୍ପାନୀ ଆମାଜନ, ଆପଲ କମ୍ପାନୀ ଠାରୁ ଗୋଟେ ପାଦ ପଛରେ ରହିଯାଇଛି । ଆପଲ ଦୁନିଆର ସର୍ବପ୍ରଥମ ମୂଲ୍ୟବାନ କମ୍ପାନୀ ହୋଇଥିବା ବେଳେ ଆମାଜନ ଦ୍ୱିତୀୟ ସ୍ଥାନରେ ରହିଛି । ପୂର୍ବ ଲିଷ୍ଟ ଅନୁଯାୟୀ, ଆମେରିକାର ସବିଠାରୁ ବଡ କମ୍ପାନୀ ମାନଙ୍କ ମଧ୍ୟରୁ ୨୦୧୮ ଲିଷ୍ଟରେ ଆମାଜନ ୮ ସ୍ଥାନରେ ଥିଲା ।