#ଡାହାମିଛ । ଭୁବନେଶ୍ୱର ଆକାଶରେ ଚକ୍କର କାଟିଲା ବୈଜୟନ୍ତଙ୍କ ଚପର୍ ।

#ଡାହାମିଛ । ୪୫ ଦିନ ପାଖାପାଖି ଭାୟା ରାସ୍ତାରେ କର୍ମୀଙ୍କ ପାଖକୁ ଯାଉଥିଲେ ବୈଜୟନ୍ତ । ଆଉ ହ୍ୟାଙ୍ଗର୍ ସିଲ୍ ଖୋଲିବା ପରେ ଧୁମ୍ ଉଡୁଛନ୍ତି ଆକାଶରେ ।

635

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।)

ଘରେ ବସିଛି ହଠାତ ଗୋଟେ ଫଡ ଫଡ଼ ଶବ୍ଦ ଶୁଣାଗଲା। ବାହାରକୁ ଯାଇ ଆକାଶ କୁ ଦେଖିଲା ବେଳକୁ କାହାର ଗୋଟେ ହେଲିକପ୍ଟର ପୁରା ମୋ ଛାତ ଉପର ଦେଇ ଉଡ଼ିଗଲା। ଥରେ କି ଦୁଇ ଥର ନୁହେଁ ବରଂ ରିଲିଫ ଦେଲା ଭଳି ଘୁରି ବୁଲିଲା। ମନରେ ପ୍ରଶ୍ନ ଉଠିଲା ଯେ ଆମ ଗାଁ ଆଡେତ ବାତ୍ୟା ‘ତିତଲି’ ଆସିନି କି କୌଣସି ପ୍ରାକୃତିକ ବିପର୍ଯ୍ୟୟ ହୋଇନି ତେବେ ଏ ହେଲିକପ୍ଟର କାହାର ଆଉ କାହିଁକି ଖୋଲା ଆକାଶରେ ଚକ୍କର କାଟୁଛି ? ଏମିତି ଗୁଡାଏ ପ୍ରଶ୍ନ ମନରେ ଉଙ୍କି ମରୁଥିଲା ।

ଘରୁ ବାହାରି ଗାଡି ଧରି ଛକ ଆଡେ ଗୋଟେ ରାଉଣ୍ଡ ମାରିବା ପାଇଁ ଚାଲିଗଲି । ଆଉ ସେଠି ମଧ୍ୟ ସମାନ ଆଲୋଚନା ଚାଲିଥିଲା ଯେ କଣ ହେଇଛି ଯେ ହେଲିକପ୍ଟର ଖାଲି ଯାଉଛି ଆଉଛି କିଛି ବୁଝା ପଡୁନି। ହଠାତ ଜଣେ ଲୋକ ବାହାରି କହିଲା ଆରେ ଏ ହେଲିକପ୍ଟର , କୋଉ ଆଡୁ ସାଡୁ ଲୋକର ନୁହେଁ , ଏ ହେଉଛି ଖୋଦ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମହାଶୟଙ୍କର । କାରଣ ଏଇ କିଛି ଦିନ ତଳେ ଡିଜିସିଏ କ୍ଲିନ ଚିଟ ଦେବାପରେ ପଣ୍ଡା ବାବୁଙ୍କ ହେଲିକପ୍ଟର ହ୍ୟାଙ୍ଗର ଖୋଲାଯାଇଛି । ତେଣୁ ଦୀର୍ଘ ଦେଢ଼ ମାସ ପରେ ନିଜ ହେଲିକପ୍ଟର ପାଇବା ରୁ ଏମିତି ମନ ଖୁସି କରିବେନି ତ ଆଉ କଣ କରିବେ। ଯେମିତି ଆକାଶରୁ ମେଘ ବରସିଲେ ମୟୁର ନାଚି ଉଠେ ଲାଗୁଛି ପଣ୍ଡା ବାବୁ ଆଜି ତାଙ୍କ ହେଲିକପ୍ଟରକୁ ପାଇ ସେମିତି ମନ ଖୁସିରେ ଉଛୁଳିକି ଆକାଶରେ ଚକର ମାରୁଛନ୍ତି । ଏମିତି କିଛି କଥା ଖଟିରେ କୁହା କୁହି ହେଉଥିଲେ ଲୋକେ ।

ମୁଁ ସେଠାରେ ସବୁ ଶୁଣିବା ପରେ ଗୋଟେ କଥା ଭାବିଲି ଯେ ପଣ୍ଡା ବାବୁ ଏମିତି ମନ ଖୁସିରେ ଉଡୁଛନ୍ତି ଯେ ପୁରା ଲୋକଙ୍କୁ ଲାଗିଲା ରିଲିଫ ସହାୟତା କି ହେଲିକପ୍ଟରଟି ପାଗଳା ହେଇଯାଇଛି ବୋଧେ ! କିନ୍ତୁ ହ୍ୟାଙ୍ଗର ରୁ ହେଲିକପ୍ଟର ବାହାରିବା ପରେ ପଣ୍ଡା ବାବୁଙ୍କ ମନ ରେ ଏମିତି କିଛି ପଂକ୍ତି ଗୁଞ୍ଜରିତ ହେଉଥିବ ନିଶ୍ଚିତ।

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ୪୨ ଦିନ ପରେ ନିଜ ପ୍ରିୟ ପୁଷ୍ପକଯାନ ପାଇକି କେମିତି ଅନୁଭବ କରୁଥିବେ ପଣ୍ଡା ବାବୁ ଆପଣଙ୍କୁ ଭିନ୍ନ ଢଙ୍ଗରେ ବୁଝାଇଲୁ ଏବଂ କିଛି ସମୟ ଖୁସି କରିବାକୁ ଏହି ଲେଖା ଉଦ୍ଦିଷ୍ଟ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ଆମ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫