ଗୋଟିଏ ମିଛ,ସୋସିଆଲ୍ ମିଡିଆ ଏବଂ ଲୋକଙ୍କ ଟାହିଟାପରା ! ୩ ବର୍ଷ ଧରି ଅଭିଯୁକ୍ତର ପରିଚୟ ଧରି ବଂଚିଛନ୍ତି ଜଣେ ନିର୍ଦ୍ଦୋଶ ।

136

ସମାଜରେ ଉଭୟ ପୁରୁଷ ଏବଂ ନାରୀଙ୍କୁ ପ୍ରତି କ୍ଷେତ୍ରରେ ସମାନ ଅଧିକାର ମିଳିବା ବାଞ୍ଝନୀୟ ଅଟେ । କିନ୍ତୁ ଏହି ସୁବିଧାକୁ ମଉକା ଭାବି ଗ୍ରହଣ କରିବା ଆଦୌ ଗ୍ରହଣୀୟ ନୁହଁ । ଆମେ ଏଠାରେ ଆପଣଙ୍କୁ ନାରୀବାଦ ନାଁରେ ଚାଲିଥିବା ଶୋଷଣ ବିଷୟରେ କହିବାକୁ ଯାଉଛୁ । ଏହା ଆଜିକାଲିର କଥା ନୁହଁ ୩ ବର୍ଷ ପୂର୍ବେ ସୋସିଆଲ୍ ମିଡିଆରେ ଏକ ଫଟୋ ଭାଇରାଲ୍ ହୋଇଥିଲା । ଏହି ଫଟୋରେ ଜଣେ ଯୁବକ ବାଇକରେ ବସିଥିବା ବେଳେ ଫଟୋରେ ଯୁବକଙ୍କ ନାଁରେ ଅଶ୍ଲୀଳ କମେଣ୍ଟ କରିବା ନେଇ ଜଣେ ଯୁବତୀ ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ । ତେବେ ଏକତରଫା ଲେଖାକୁ ବିଶ୍ୱାସ କରି କିଛି ଲୋକ ଜନୈକ ଯୁବକଙ୍କୁ ଗାଳିଗୁଲଜ କରିବା ସହ ସମାଜର କଳଙ୍କ ବୋଲି ମଧ୍ୟ କହିବାକୁ ପଛାଇନଥିଲେ ।

ଏବେ ଆସନ୍ତୁ ପ୍ରକୃତ ଘଟଣା ଉପରେ ନଜର ପକାଇବା । ଘଟଣାଟି କିଛି ଏପରି ୨୦୧୫ ମସିହା ଅଗଷ୍ଟ ୨୩ ତାରିଖ ଦିନ ଦିଲ୍ଲୀର ତିଲକ୍ ନଗର ଟ୍ରାଫିକ୍ ସିଗନାଲରେ ସର୍ବଜୀତ୍ ସିଂହ ଏବଂ ଜସଲୀନ୍ କୌରଙ୍କ ଦେଖାସାକ୍ଷାତ ହୋଇଥିଲା । ଜସଲୀନ୍ ଙ୍କ ମୁତାବକ ସର୍ବଜୀତ୍ ତାଙ୍କୁ ଅଶ୍ଲୀଳ କମେଣ୍ଟ କରିଥିଲେ । ଜସଲୀନ୍ ତାଙ୍କୁ ପୋଲିସର ଭୟ ଦେଖାଇବା ପରେ ନିର୍ଭିକ ସର୍ବଜୀତ୍ ତାଙ୍କୁ ଯାହା କରିବା କଥା କର କହିଥିଲେ । ଉକ୍ତ ସ୍ଥାନରେ ଜସଲୀନ୍ ଯୁବକଙ୍କ ଫଟୋ ଉଠାଇ ଏକ ଲମ୍ବା ଲେଖା ଲେଖି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ ଏବଂ ଏଠାରେ ପ୍ରତି କଥାକୁ ନକାରାତ୍ମକ ଭାବରେ ନେଉଥିବା ଲୋକ କିଛି ନବୁଝି ସର୍ବଜୀତଙ୍କୁ ଥୁ’ଥୁ କରିବାକୁ ଲାଗିଲେ । ଏହି ଘଟଣା ପରେ ସର୍ବଜୀତ୍ ମଧ୍ୟ ସୋସିଆଲ୍ ସାଇଟରେ ଘଟଣା ବିଷୟରେ କହିଥିଲେ ଯେ ସିଗନାଲରେ ତାଙ୍କୁ ବାମପାଶ୍ୱର୍ରେ ଯିବାର ଥିଲା ଏବଂ ଜସଲୀନଙ୍କୁ ଡାହାଣ ପାଶ୍ୱର୍ରେ । ସର୍ବଜୀତ୍ ଯେତେବେଳେ ବାଟ କାଢି ଆଗକୁ ବଢିବାକୁ ଲାଗିଲେ ସେତେବେଳେ ଉକ୍ତ ଯୁବତୀ ତାଙ୍କୁ ଏହି କାମ କରିବା ପାଇଁ ଅସଭ୍ୟ ଏବଂ ଅଶିକ୍ଷିତ ବୋଲି କହିଲେ । ସମ୍ମାନହାନୀ ହେଉଥିବା ଦେଖି ଯୁବକ ମଧ୍ୟ ଯୁକ୍ତିି କରିଥିଲେ କିନ୍ତୁ ଏହି ସମୟରେ ଯୁବତୀ ଜଣକ ଯୁବକଙ୍କ ଫଟୋ ଉଠାଇ ତତେ ଦେଖିନେବି ଜବାବ୍ ଦେଇଥିଲେ । ଏହା ପରର ଖବର ଖୁବ୍ ଦୁଃଖଦ ଥିଲା ।

 

ଏହି ପୋଷ୍ଟ୍ ଭାଇରାଲ୍ ହେବା ପରେ ସର୍ବଜୀତ୍ ଙ୍କୁ ୩ ଟି ଚାକିରୀ ହରାଇବାକୁ ପଡିଥିଲା,ବାପାଙ୍କୁ ହାର୍ଟଆଟାକ୍ ଆସିଗଲା ଏବଂ ସର୍ବଜୀତଙ୍କ ବିବାହ ପାଇଁ କନ୍ୟା ମିଳିବା କଷ୍ଟକର ହୋଇପଡିଲା । ସମାଜରେ ତାଙ୍କୁ ଏକ ଅଭିଯୁକ୍ତର ଟାଗଲାଇନ୍ ମିଳିଗଲା । ପୋଲିସ ମଧ୍ୟ ଗିରଫ କରିନେଲା । କିଛି ଦିନ ପରେ ଥାନାରୁ ବେଲରେ ଆସିବା ପରେ ସେ ପ୍ରତି ତାରିଖରେ କୋର୍ଟରେ ହାଜିରା ଦେବା ପାଇଁ ଉପସ୍ଥିତ ହେଉଥିଲେ । କିନ୍ତୁ ଅଭିଯୋଗକାରିଣୀ ଜସଲୀନ୍ କୋର୍ଟକୁ ଥରୁଟିଏ ମଧ୍ୟ ଆସିନଥିଲେ । କୋର୍ଟରେ ଏନେଇ ପ୍ରଶ୍ନ ପଚରାଯିବାରୁ ତାଙ୍କ ବାପା ଝିଅ କାନାଡାରେ ପଢୁଥିବା କଥା କହିଥିଲେ ।

ତେବେ ଏହି କଥାକୁ ନେଇ ନିର୍ଦ୍ଦୋଶ ସର୍ବଜୀତ୍ ସମାଜ ଏବଂ ଖୁବଶୀଘ୍ର କାହାରି ପରିସ୍ଥିତିକୁ ନ ପରଖି ବିଚାର କରୁଥିବା ସୋସିଆଲ୍ ମିଡିଆକୁ ପ୍ରଶ୍ନ ପଚାରିଥିଲେ ଯେ, କ’ଣ ଏକ ଫଟୋ ଏବଂ କିଛି ଭିତ୍ତିହୀନ କଥା ପୋଷ୍ଟ୍ କରି ଜଣେ ସ୍ୱାଧିନତାର ସହ ନିଜ କ୍ୟାରିୟରରେ ଆଗକୁ ବଢୁଥିବ ଏବଂ କିଛି ନ କରି ମଧ୍ୟ ଜଣେ ଏକ ଅପରାଧିର ପରିଚୟରେ ବଞ୍ଚୁଥିବ? ତେବେ ସର୍ବଜୀତ୍ ଙ୍କ କେସ୍ ଏପର୍ଯ୍ୟନ୍ତ ମଧ୍ୟ କୋର୍ଟରେ ଅଟକି ରହିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଗୋଟିଏ ପୋଷ୍ଟ୍ ତାଙ୍କ ଉଜ୍ଜଳ ଜୀବନକୁ ଅନ୍ଧକାର ଆଡକୁ ନେଇଯାଇଛି ।