ଡାକିଥିଲେ , ଅଟକାଇ ଦେଲେ

34

ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଡାକିଥିଲେ ମନା କଲେ । ଯମୁନାମଣିଙ୍କୁ ଭୁଲିଗଲେ ମୋଦି । ସାକ୍ଷାତ ବି କରିଲେନି । ବିଜେପିର ବିକାଶ ଉତ୍ସବରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଖୋର୍ଦ୍ଧା ନାଇଜର ମଂଚରେ ଯାହାକୁ ନମସ୍କାର କରି ମୋଦି ପ୍ରଶଂସାରେ ପୋତିପକାଇଥିଲେ ସେ ଆଜି ଯେପରି ମୋଦିଙ୍କ ପାଇଁ ଅଚିହ୍ନା ପାଲଟିଯାଇଥିଲେ । ବାଲେଶ୍ୱରରେ ମୋଦିଙ୍କ କାର୍ଯ୍ୟକ୍ରମକୁ ଯମୁନାମଣିଙ୍କୁ ଡକାଯାଇଥଲା । ପୁରସ୍କୃତ କରିବାକୁ ସ୍ଥିର ହୋଇଥିଲା କାର୍ଯ୍ୟକ୍ରମ । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ତାଂକୁ ସମ୍ବର୍ଦ୍ଧିତ କରିଥିଲେ । ତେବେ ତାପୂର୍ବରୁ ଯମୁନାମଣିଙ୍କୁ କେହି ଚିହ୍ନିନପାରିନଥିଲେ । ପ୍ରବେଶ ପଥରୁ ଫେରାଇ ଦେଇଥିଲା ପୁଲିସ ।

ପରେ ତାଙ୍କୁ ମଂଚ ଉପରକୁ ଡକାଯାଇଥିଲା । ସମ୍ବର୍ଦ୍ଧିତ ବି କରାଯାଇଥିଲା । ତେବେ ମଂଚରେ ନଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାମ ସାରିଦେଇଥିଲେ ରାଜ୍ୟ ବିଜେପି କର୍ମୀ । ଖୋର୍ଦ୍ଧା ନାଇଜର ଲୋକାପର୍ଣ ଉତ୍ସବରେ ମ୍ୟାଲେରିଆ ଦୂରୀକରଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଯମୁନାମଣି ତାଙ୍କର ପାଦ ଛୁଇଁବାକୁ ଉଦ୍ୟମ କରିବା ବେଳେ ନିଜେ ନଇଁ ପଡିଥିଲେ ମୋଦି । ବାଲେଶ୍ୱର ନୀଳଗିରି ଅଂଚଳର ଯୁମନାମଣୀ ଆଶା କର୍ମୀ ଭାବେ ଗାଁ ଗାଁ ବୁଲି ମ୍ୟାଲେରିଆ ଦୂରୀକରଣରେ ଉଲ୍ଳେଖନୀୟ କାର୍ଯ୍ୟ କରି ବେଶ ପ୍ରଂଶନୀୟ ହୋଇପାରିଛନ୍ତି । ହେଲେ ଆଜି ଯେପରି ମୋଦିଙ୍କ ପାଇଁ ସମୟ ନଥିଲା ଯମୁନାମଣିଙ୍କୁ ଭେଟିବାକୁ ।