ଜମ୍ମୁ – କାଶ୍ମୀର ଘାଟିରେ ସରକାରଙ୍କ ଖାସ୍ ବ୍ୟବସ୍ଥା ! ଲୋକଙ୍କ ସୁବିଧା ପାଇଁ ଘରକୁ ପହଁଚାଯାଉଛି ସାମଗ୍ରୀ , ଲାଗିଛି ୩୦୦ ଟି ସ୍ପେଶାଲ୍ ବୁଥ୍

451

ଜମ୍ମୁ – କାଶ୍ମୀରରେ ଧାରା ୩୭୦ ହଟିବା ପରେ ଅଧିକାଂଶ ସ୍ଥାନରେ ଏବେ ବି ୧୪୪ ଧାରା ଲାଗିଛି । ଧିରେ ଧିରେ ସ୍ଥିତି ସୁଧୁରିଲେ ମଧ୍ୟ ସରକାର କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି । ତେବେ ଶୁକ୍ରବାର ଘାଟି ଏବଂ ପୁରା କାଶ୍ମୀରରେ ଧାରା ୧୪୪ କୁ କୋହଳ କରାଯାଇଥିଲା । କିନ୍ତୁ ଶ୍ରୀନଗରରେ ପୂର୍ବଭଳି କର୍ଫ୍ୟୁ ଅବସ୍ଥା ଜାରୀ ରହିଥିଲା । ସେନା ଏବଂ ସୁରକ୍ଷାବଳ ଘର ଘର ବୁଲି ଲୋକଙ୍କୁ ସୁରକ୍ଷା ପାଇଁ ସଚେତନ କରୁଥିଲେ ଏବଂ ବାହାରକୁ ବାହାରିବା ପାଇଁ ବାରଣ କରୁଥିଲେ । ଘାଟିରେ ଫୋନ୍ ସମସ୍ୟା ଲାଗିରହିଥିବାରୁ ଡିସି ଅଫିସ୍ କୁ ଫୋନ୍ କରିବା ସକାଶେ ଲୋକଙ୍କ ଲମ୍ବାଲାଇନ୍ ଲାଗିରହୁଛି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତ୍ତା ଅଜିତ୍ ଡୋଭାଲ୍ କିଛି ଦିନ ହେବ କାଶ୍ମୀରରେ ଏବଂ ଗତକାଲି ଅନନ୍ତନାଗରେ ବିଚରଣ କରି ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରି ତାଙ୍କ ସମସ୍ୟା ବୁଝିଥିଲେ ।

ଅନ୍ତଃରାଷ୍ଟ୍ରୀୟ ଗଣମାଧ୍ୟମରେ ଜମ୍ମୁ – କାଶ୍ମୀରରେ ହିଂସା ଥିବା ନେଇ ରିପୋର୍ଟ ଆସିଥିଲା ଯାହା ପରେ ତଥ୍ୟହୀନ ବୋଲି ଜଣାପଡିଛି । ଜମ୍ମୁ – କାଶ୍ମୀର ପୋଲିସ୍ ପକ୍ଷରୁ ଏକ ଭିଡିଓ ଜାରୀ କରି ଏହି କଥାର ଖଣ୍ଡନ କରାଯାଇଛି । ଗତ ୬ ଦିନ ଭିତରେ ଜମ୍ମୁ –କାଶ୍ମୀରରେ ଏଭଳି କୌଣସି ହିଂସାଜନକ କାର୍ଯ୍ୟ ନ ହୋଇଥିବା କଥା ଭିଡିଓରେ କୁହାଯାଇଛି । ଅନ୍ତଃରାଷ୍ଟ୍ରୀୟ ଗଣମାଧ୍ୟମକୁ ମିଥ୍ୟା ଖବର ପ୍ରସାରିତ ନକରି ସଠିକ୍ ଖବର ଦେବାକୁ ପୋଲିସ୍ ଅପିଲ୍ କରିଛନ୍ତି । ସମ୍ପୁର୍ଣ୍ଣ ରାଜ୍ୟରେ ଶାନ୍ତି ବାତାବରଣ ଥିବା ବେଳେ କର୍ଫ୍ୟୁ ବ୍ୟବସ୍ଥାକୁ କୋହଳ କରାଯାଇଛି ।

ଜମ୍ମୁ – କାଶ୍ମୀରବାସୀଙ୍କ ପାଇଁ ସରକାର କରିଛନ୍ତି ଖାସ୍ ବ୍ୟବସ୍ଥା :

୧ . ଛୁଟି ଦିନରେ ମଧ୍ୟ ଖୋଲିବ ବ୍ୟାଙ୍କ୍

୨ . ୨୪ ଘଣ୍ଟା କାମ କରିବ ଏଟିଏମ୍

୩ . କର୍ମଚାରୀଙ୍କ ବେତନ ଜାରୀ

୪ . ପରିବା,କ୍ଷୀର ,ଅଣ୍ଡା ଭଳି ସାମଗ୍ରୀ ଘର ପର୍ଯ୍ୟନ୍ତ ପହଁଚାଯାଉଛି ।

୫ . ପ୍ରତି ଜିଲ୍ଲାରେ ତେଜରାତି ଦୋକାନ ଖୋଲା

୬ . କାଶ୍ମୀର ଡିଭିଜନ୍ ରେ ୩,୩୫୭ ତେଜରାତି ଦୋକାନ ଖୋଲା

୭ . ରାଜ୍ୟରେ ଭରପୂର ପରିମାଣରେ ଉପଯୁକ୍ତ ସାମଗ୍ରୀ ମହଜୁତ୍

୮ . ବନ୍ଦ ରହିବନି କୌଣସି ଡାକ୍ତରଖାନା

୯ . ୩୦୦ ସ୍ପେଶାଲ୍ ଫୋନ୍ ବୁଥ୍ କାମ କରିବ

୧୦ . ୨୪ ଘଣ୍ଟିଆ ବିଜୁଳୀ , ପାଣି ସପ୍ଲାଏ

୧୧ . ଇଦ୍ ପାଇଁ କିରାଣୀ,ମିଠେଇ ଏବଂ ଅନ୍ୟାନ୍ୟ ଦୋକାନ ଖୋଲା

୧୨ . କାଶ୍ମୀର ଛାତ୍ରଙ୍କ ପାଇଁ ଖାସ୍ ବ୍ୟବସ୍ଥା

୧୩ . ଇଦ୍ ରେ ଘରକୁ ଆସୁଥିବା ଛାତ୍ରମାନଙ୍କ ପାଇଁ ଅଧିକାରୀ ନିଯୁକ୍ତ

୧୪ . ଶ୍ରୀନଗର ଏୟାରପୋର୍ଟରୁ ସବୁ ବିମାନ ଚଳାଚଳ

୧୫ . ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ମାଜିଷ୍ଟ୍ରେଟ୍ ନିଯୁକ୍ତ