ଜାମ୍ମୁକାଶ୍ମୀର ରାଜ୍ୟପାଳଙ୍କ ବଡ ବୟାନ ! କହିଲେ, ସବୁ ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରାଯିବ , ଯଦି ଏହାପରେ ବି ନସୁଧୁରନ୍ତି ତେବେ ଘରେ ପଶିବୁ ଓ ମାରିବୁ

780

କନକ ବ୍ୟୁରୋ : ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ପରେ ବଡ ବୟାନ ଦେଇଛନ୍ତି ଜାମ୍ମୁକାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ । ସବୁ ଆତଙ୍କବାଦୀ ଠିକଣାକୁ ଧ୍ୱସଂ କରାଯିବ ଏବଂ ଏହାପରେ ବି ନସୁଧୁରିଲେ ଆମେ ଭିତର ଯାଏଁ ପ୍ରବେଶ କରିବୁ ବୋଲି କହିଛନ୍ତି ରାଜ୍ୟପାଳ । ରବିବାର ଦିନ ଦୁଇ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ଭାରତୀୟ ସେନା ।  ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଇଛି ଭାରତ । ନିୟନ୍ତ୍ରଣ ରେଖା ଆରପଟେ ପିଓକରେ ପ୍ରବଳ କ୍ଷୟକ୍ଷତି ଘଟାଇଛି ସେନା ।

ପାକ୍ ଅଧିକୃତ କାଶ୍ମୀରରେ ୪ଟି ଆତଙ୍କୀ ଶିବିର ସହ ଏକାଧିକ ସେନା ଶିବିରକୁ ଟାର୍ଗେଟ ଉଡାଇ ଦେଇଛି ଭାରତୀୟ ସେନା । ୨୨ ଜଣ ଆତଙ୍କବାଦୀଙ୍କ ସହ ୫ ପାକ୍ ରେଞ୍ଜର୍ସଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଶନିବାର ସଂଧ୍ୟାରୁ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ ଚଳାଇଛି ପାକିସ୍ତାନ । ପାକ୍ ରେଞ୍ଜର୍ସଙ୍କ ଗୁଳିମାଡରେ ତଙ୍ଗଧାର ସେକ୍ଟରରେ ଦୁଇ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଜଣେ ସାଧାରାଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଯାହାର କଡା ଜବାବ ଦିଆଯାଇଛି ।