ତାମିଲନାଡୁର ମଦୁରାଇରେ ଆରମ୍ଭ ହେଲା ଜଲ୍ଲୀକଟ୍ଟୁ ମଟ୍ଟୁ ଉତ୍ସବ : ୭୦୦ ଷଣ୍ଢକୁ କାବୁ କରିବେ ୭୩୦ ଲୋକ ,ସୁପ୍ରିମକୋର୍ଟଙ୍କ ପ୍ରତିବନ୍ଧ ପରେ ବି ଆୟୋଜିତ ହୋଇଛି ଉତ୍ସବ  

154

ତାମିଲନାଡୁର ମଦୁରାଇରେ ପ୍ରସିଦ୍ଧ ଜଲ୍ଲୀକଟ୍ଟୁ ଉତ୍ସବ ଆରମ୍ଭ ହୋଇଯାଇଛି । ଉତ୍ସବ ଯେଭଳି ସୁରୁଖୁରୁରେ ସଂପର୍ଣ୍ଣ ହେବ ତେଣୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ମଦୁରାଇର ଅବନୀପୁରମ୍ ରେ ହେଉଥିବା ଏହି ଉତ୍ସବରେ ୭୦୦ ଟି ଷଣ୍ଢ ଭାଗ ନେଇଛନ୍ତି । ଜଲ୍ଲୀକଟ୍ଟୁ ତାମିଲନାଡୁର ଗ୍ରାମୀଣ ଅଞ୍ଚଳର ଏକ ପରମ୍ପରାଗତ ଖେଳ ଯାହା ପୋଙ୍ଗଲ୍ ସମୟରେ ଆୟୋଜିତ କରାଯାଏ । ଏହି ଉତ୍ସବରେ ସ୍ଥାନୀୟ ଯୁବକ ଷଣ୍ଢକୁ ବଶ କରିବା ପାଇଁ ପ୍ରୟାସ କରିଥାନ୍ତି ।

ଜଲ୍ଲୀକଟ୍ଟୁ ଉତ୍ସବ ଅବନୀପୁରମ୍ ରେ ବୁଧବାର ସକାଳ ୮ ସମୟରେ ଆରମ୍ଭ ହୋଇଥିଲା । ୭୦୦ ଷଣ୍ଢକୁ କାବୁ କରିବା ପାଇଁ ମଇଦାନକୁ ଓହ୍ଲାଇବେ ୭୩୦ ଜଣ ଲୋକ । ଜଲ୍ଲୀକଟ୍ଟୁ ଆୟୋଜନ ଉପରେ ନଜର ରଖିବା ପାଇଁ ଚେନ୍ନାଇ ହାଇକୋର୍ଟର ଅବସରପ୍ରାପ୍ତ ବିଚାରକ ମଣ୍ଡଳୀଙ୍କ ଏକ କମିଟି ତିଆରି କରାଯାଇଛି । ମଇଦାନରେ ଷଣ୍ଢ ଏବଂ ଏହି ଉତ୍ସବରେ ଭାଗ ନେଉଥିବା ଲୋକଙ୍କ ମେଡିକାଲ୍ ଚେକଅପ୍ ପରେ ହିଁ ଆରମ୍ଭ ହୋଇଛି ଏହି ଉତ୍ସବ ।

କ’ଣ ଏହି ଜଲ୍ଲୀକଟ୍ଟୁ ? 

ଜଲ୍ଲୀକଟ୍ଟୁ ମଟ୍ଟୁ ପୋଙ୍ଗଲ୍ ର ଏକ ଅଂଶ , ଯାହା ପୋଙ୍ଗଲ୍ ର ତୃତୀୟ ଦିନରୁ ହିଁ ଆରମ୍ଭ ହୋଇଥାଏ । ତାମିଲ୍ ଭାଷାରେ ମଟ୍ଟୁ ଶବ୍ଦର ଅର୍ଥ ହେଉଛି ଷଣ୍ଢ । ପୋଙ୍ଗଲର ତୃତୀୟ ଦିନରେ ମଇଁଷିଙ୍କୁ ପୂଜା କରାଯାଏ । ଏହି ସମୟରେ ଜଲ୍ଲୀକଟ୍ଟୁ ଆୟୋଜନ କରାଯାଏ । ତାମିଲନାଡୁରେ ୨୫୦୦ ବର୍ଷ ଧରି ଏହି ଉତ୍ସବ ପାଳନ କରାଯାଉଛି । ଏହି ଖେଳରେ ଷଣ୍ଢର ଶିଙ୍ଘରେ ନୋଟ୍ ଫସାଇ ଖେଳାଯାଇଥାଏ । ଷଣ୍ଢଙ୍କୁ ପରେ ଚିଢାଇ ଭିଡକୁ ଛାଡି ଦିଆଯାଏ ପରେ ଯୁବକମାନେ ଏହି ଲଗାମଛଡା ଷଣ୍ଢକୁ କାବୁ କରିଥାନ୍ତି । ଷଣ୍ଢକୁ ଚିଢାଇବା ପାଇଁ ତାକୁ ମଦ ପିଆଇବା ସହ ଆଖିରେ ମରିଚ ମଧ୍ୟ ମରାଯାଇଥାଏ ଏବଂ ଲାଞ୍ଜକୁ ମଧ୍ୟ ମୋଡାଯାଇଥାଏ ଯାହାଦ୍ୱାରା ସେ ଶୀଘ୍ର ଦୌଡିପାରିବ । ପଶୁମାନଙ୍କ କ୍ଷେତ୍ରରେ ଏହା କ୍ରୁରତା ମାନି ସୁପ୍ରିମକୋର୍ଟ ଏହି ଖେଳ ଉପରେ ପ୍ରତିବନ୍ଧ ଲଗାଇଥିଲେ ବି ତାମିଲନାଡୁବାସୀ ଏଥିରେ ଅଧିକ ଭାଗ ନେଉଛନ୍ତି ।