କଡ ଲେଉଟାଇବ କି ଇତିହାସ?ଯାଜପୁର ଲାଙ୍ଗୁଡି ବୌଦ୍ଧ ବିହାରରୁ ସାମ୍ନାକୁ ଆସିବ କି ଆଉ କିଛି ନୂଆ ତଥ୍ୟ…୧୭ ବର୍ଷ ପରେ ପୁନଃଖନନ ପାଇଁ ଡେରା ପକାଇଛନ୍ତି ଏଏସଆଇ

397

କନକ ବ୍ୟୁରୋ: କଡ ଲେଉଟାଇବ କି ଇତିହାସ? ପୁନଃଖନନ ପରେ ସାମ୍ନାକୁ ଆସିବକି କିଛି ନୂଆ ତଥ୍ୟ? ଆମେ କହୁଛୁ ଯାଜପୁର ଜିଲ୍ଳା ଲାଙ୍ଗୁଡି ବୌଦ୍ଧ ବିହାର କଥା । ୧୭ ବର୍ଷ ପରେ ପୁଣି ଉତ୍ଖନନ ପାଇଁ ଡେରା ପକାଇଛନ୍ତି ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ ସଂସ୍ଥା ଏଏସଆଇର ପ୍ରତିନିଧି ଦଳ । ରକ୍ଷଣାବେକ୍ଷଣ ଅଭାବରୁ ସୌନ୍ଦର୍ଯ୍ୟ ହରାଇବା ସହ ଭୂତକୋଠି ପାଲଟିଛି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ପାନ୍ଥଶାଳା । ଯାହାକୁ ଦେଖିଲେ କ୍ଷୋଭର ସହ ମୁହଁ ଫେରାଇ ନେଉଛନ୍ତି ପର୍ଯ୍ୟଟକ ।

ଅବହେଳିତ ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ବିହାର ଲାଙ୍ଗୁଡି । ମୁହଁ ଫେରାଉଛନ୍ତି ପର୍ଯ୍ୟଟକ । ଧର୍ମଶାଳା ବ୍ଲକ ମିର୍ଜାପୁର ପଂଚାୟତ ନିକଟରେ ଥିବା ଲାଙ୍ଗୁଡିର ବୌଦ୍ଧ କିର୍ତି ଦିନେ ସମଗ୍ର ବିଶ୍ୱର ନଜରକୁ ଆସିଥିଲା । ଏଇଠୁ ମିଳିଥିଲା ହଜାର ହଜାର ବର୍ଷ ତଳର ବିରଳ ବୌଦ୍ଧ କିର୍ତିରାଜି । ହେଲେ ଏବେ ଏହା ଅବହେଳିତ । ଯାହାକୁ ଦେଖି ପର୍ଯ୍ୟଟକ ମୁହଁ ଫେରାଇ ନେଉଛନ୍ତି । ଲାଙ୍ଗୁଡି ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଏଠାରେ ରାଜ୍ୟ ସରକାର ଏକ ପାନ୍ଥଶାଳା ତିଆରି କରିଛନ୍ତି । ହେଲେ ଏଠାରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ପାନ୍ଥଶାଳା ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ । ଆଉ ଏଭଳି ସ୍ଥିତିକୁ ଦେଖିଲେ ଲାଗୁଛି ଧିରେ ଧିରେ ପୂର୍ବ ଗୌରବ ଓ ଆକର୍ଷଣ ହରାଇଛି ଲାଙ୍ଗୁଡି ବୌଦ୍ଧ ବିହାର ।

କଡ଼ ଲେଉଟାଇବ କି ଇତିହାସ? ଉତ୍ଖନନ ପରେ ସାମ୍ନାକୁ ଆସିବକି ନୂଆ ତଥ୍ୟ? ୧୬ ନମ୍ବର ଜାତୀୟ ରାଜପଥର ଜାରକା ଛକରୁ ମାତ୍ର ୧୦କିଲୋମିଟର ଗଲେ ପଡେ ବୌଦ୍ଧ ବିହାର ଲାଙ୍ଗୁଡି । ଦୀର୍ଘ ୧୭ବର୍ଷ ଧରି ଏଠାରେ ଉତ୍ଖନନ ବନ୍ଦ ରହିଥିବା ବେଳେ ପୁଣି ଉତ୍ଖନନ ପାଇଁ ଡେରା ପକାଇଛି ଏଏସଆଇ ସଂସ୍ଥା । ପୂର୍ବରୁ ଏଠାରୁ ଉଦ୍ଧାର ହୋଇଥିବା ବୌଦ୍ଧକିର୍ତି ଗୁଡିକୁ ତରାପୁର ଓ ରାଜ୍ୟ ସଂଗ୍ରହାଳୟରେ ରଖାଯାଇଛି । ଏବେ ଆଉ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି । ଐତିହାସିକ ଓ ଗବେଷକ କୁହନ୍ତି, ଏଠାରେ ଅଶୋକ ବୌଦ୍ଧ ଧର୍ମର ପ୍ରଚାର କରିଥିଲେ । ଏହାର ଐତିହାସିକ ଗୁରୁତ୍ୱକୁ ଉପଲବଧି କରି ପରବର୍ତି ସମୟରେ ଲାଙ୍ଗୁଡିକୁ ପୁଷ୍ପଗିରି ବିହାର ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର ।