କଣ୍ଟେନମେଣ୍ଟ ଜୋନ ଅବଧି ବୃଦ୍ଧିକୁ ଯାଜପୁର ବରୀ କଳାମାଟିଆ ପଂଚାୟତରେ ବିରୋଧ: ରାସ୍ତା ଉପରେ ଧାରଣା ଦେଲେ ଲୋକେ

ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉନଥିବା ଅଭିଯୋଗ

285

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନ କାଇପଡା ବ୍ୟାଙ୍କ ଛକର କଂଟେନମେଂଟ ଅବଧି ବୃଦ୍ଧିକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ଧାରଣା । କଳାମାଟିଆ ପଂଚାୟତର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଶନିବାର ଏହାର ଅବଧି ଶେଷ ହୋଇଥିବାବେଳେ, ପ୍ରଶାସନ ଏହି ଅବଧିକୁ ପୁଣି ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଅବରୋଧ ଫଳରେ ଲୋକମାନେ ବହୁ ଅସୁବିଧାରେ ରହିଥିବାବେଳେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସହଯୋଗ କରାଯାଉନଥିବା ଧାରଣା ଦେଇଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ସେପଟେ, ମୟୂରଭଞ୍ଜ ଡମ୍ବରୁ ଡହର ସଂଗରୋଧ କେନ୍ଦ୍ର ଅନ୍ତେବାସୀଙ୍କ ଆତ୍ମହତ୍ୟା ଘଟଣାରେ ରାଇକମାରେ ମହିଳାଙ୍କ ଦ୍ୱାରା ସରପଂଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ଅଟକ । ଉଦ୍ଧାର କରିବାକୁ ଯାଇଥିବା ପୋଲିସ ଏଏସଆଇ ଓ କର୍ମଚାରୀଙ୍କୁ ଅଟକ ରଖିଲେ ମହିଳା । ତିନି ଦିନ ପରେ ବି ଗାଁକୁ ଇଭେଂଟ କମାଣ୍ଡର ତଥା ତହସିଲଦାର ଯାଇନଥିବା ଅଭିଯୋଗ ହୋଇଛି । ତହସିଲଦାର ଓ ବିଡିଓଙ୍କୁ ଡକାଇବାକୁ ଦାବି କରି ଗାଁର ମହିଳାମାନେ ପଂଚାୟତ ପ୍ରତିନିଧିଙ୍କୁ ଅଟକ ରଖିଥିବା ଜଣାପଡିଛି । ବଡସାହି ବିଧାୟକ ସନାତନ ବିଜୁଳି ହସ୍ତକ୍ଷେପ କରିଥିବା ଜଣାପଡିଛି । ବୈଶିଙ୍ଗା ଓ ବେତନଟୀ ପୋଲିସ ସହିତ ଘଟଣାସ୍ଥଳରେ ଫୋର୍ସ ମୂତୟନ କରାଯାଇଛି ।