ଜଗତସିଂହପୁର ବିଜେଡିରେ ତିନି ନେତା ମୁହାଁମୁହିଁ ! ବିଷ୍ଣୁ ଦାସଙ୍କୁ ସନ୍ୟାସ ନେବା ପାଇଁ ପରାମର୍ଶ ଦେଲେ ବିଧାୟିକା ରାଜଶ୍ରୀ, ଦାମ ମାରିଲେ ବାଣ ।

153

କନକ ବ୍ୟୁରୋ : ରୋଚକ ମୋଡ଼ ନେଉଛି ଜଗତସିଂହପୁର ବିଜେଡି ରାଜନୀତି । ଗୋଟିଏ ପଟେ ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ଦାସ, ଅନ୍ୟପଟେ ଜିଲ୍ଲା ମହିଳା ସଭାନେତ୍ରୀ ରାଜଶ୍ରୀ ମଲ୍ଲିକ । ଦଳ ବାହାରର କିଛି ନେତାଙ୍କୁ ବ୍ଲକ୍ ଓ ପୌରାଂଚଳରେ ଦଳୀୟ ପଦପଦବୀ ଦେବାକୁ ନେଇ ରାଜଶ୍ରୀ ମଲ୍ଲିକଙ୍କୁ ଟାର୍ଗେଟ୍ କରିଛନ୍ତି ବିଷ୍ଣୁ ଦାସ । ଜବାବରେ ରାଜଶ୍ରୀ କହିଛନ୍ତି, ବିଷ୍ଣୁ ଦାସ ରାଜନୀତିରୁ ସନ୍ୟାସ ନେଇଯିବା କଥା । ଏପଟେ ରାଜଶ୍ରୀଙ୍କ ସୁରରେ ତାଳ ମିଶାଇ ଜିଲ୍ଲାର ବିଜେଡି ନେତା ଦାମୋଦର ରାଉତ କହିଛନ୍ତି, ଲୋକେ ବିଷ୍ଣୁଙ୍କୁ ରାଜନୀତିରୁ ସନ୍ୟାସ ଦେଇ ସାରିଲେଣି ।

ଜଗତସିଂହପୁର ବିଜେଡି ରାଜନୀତିର ଗୋଷ୍ଠୀ ବିବାଦ ଏବେ ଏତେ ତୀବ୍ର ହୋଇଛି ଯେ, ଜିଲ୍ଲା ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କୁ ରାଜନୀତିରୁ ସନ୍ୟାସ ନେଇଯିବାକୁ ପରାମର୍ଶ ଦେଉଛି ଜିଲ୍ଲା ବିଜେଡି ସଭାନେତ୍ରୀ ଡକ୍ଟର ରାଜଶ୍ରୀ ମଲ୍ଲିକ । ଆଉ ରାଜଶ୍ରୀଙ୍କ ସୁରରେ ତାଳ ମିଶାଇ ଜିଲ୍ଲାର ବିଜେଡି ନେତା ଦାମୋଦର ରାଉତ କହିଛନ୍ତି, ଲୋକେ ବିଷ୍ଣୁଙ୍କୁ ରାଜନୀତିରୁ ସନ୍ୟାସ ଦେଇ ସାରିଲେଣି । ତାଙ୍କ ଭଳି ନେତା ରାଜନୀତିରେ ରହିବା ଉଚିତ ନୁହେଁ ।

ରାଜଶ୍ରୀ ମଲ୍ଲିକ ଏବଂ ବିଷ୍ଣୁ ଦାସଙ୍କ ମଧ୍ୟରେ ବିବାଦର ମୂଳ ମଂଜି ହେଉଛି, ଦଳ ବାହାରେ ଥିବା କିଛି ମହିଳା ନେତ୍ରୀଙ୍କୁ ବିଜେଡିରେ ସାମିଲ କରିବା ସହ ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରଖିଛନ୍ତି ଜିଲ୍ଲା ମହିଳା ସଭାନେତ୍ରୀ ରାଜଶ୍ରୀ ମଲ୍ଲିକ୍ । ଯାହାର ଏକ ବଡ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା, ବିଷ୍ଣୁ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ପଂଚାୟତ ପ୍ରତିନିଧିଙ୍କ ସମ୍ମିଳନୀରେ । ଆଉ ଏହି ନିଯୁକ୍ତିକୁ ବିରୋଧ କରିଛନ୍ତି ଜିଲ୍ଲା ସଭାପତି ବିଷ୍ଣୁ ଦାସ ।

ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳୀୟ ସଂଗଠନ ନେଇ ଯେତିକି ଆଲୋଚନା ହୋଇନଥିଲା, ତାଠୁ ଅଧିକ ଚର୍ଚ୍ଚା ହୋଇଥିଲା ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଏବଂ ପାରାଦୀପ ବିଧାୟକ ଦାମ ରାଉତଙ୍କ ସଂପର୍କରେ । ଯାହା ଫଳରେ ତିନି ନେତାଙ୍କୁ ନେଇ ଜଗତସିଂହପୁର ବିଜେଡି ରାଜନୀତି ବେଶ ସରଗରମ ହୋଇଛି ।