ବୟସ ସାନ ହେଲେ ସାହାସ ବହୁତ ବଡ଼! କେନାଲରେ ଭାସି ଯାଉଥିବା କୁନି ଝିଅକୁ ଉଦ୍ଧାର କଲେ ୧୧ ବର୍ଷର ନାବାଳକ

52

କନକ ବ୍ୟୁରୋ : ବୟସରେ ସାନ, କିନ୍ତୁ ସାହାସ ବହୁତ ବଡ଼ । କେନାଲରେ ଭାସିଯାଉଥିବା ୪ବର୍ଷର ଝିଅକୁ ଉଦ୍ଧାର କଲା ୧୧ ବର୍ଷର ଜଣେ ଯୁବକ । ଯେଉଁ ନାବାଳକ ଗତ ଦୁଇବର୍ଷ ଆଗରୁ ପୋଖରୀରେ ଭାସିଯାଉଥିବା ଜଣେ ପୁଅର ଜୀବନ ବଂଚାଇଥିବା, ଆଜି ସେହି ନାବାଳକ ଜଣେ ୪ବର୍ଷର ଝିଅକୁ ଭାସିଯିବା ପୂର୍ବରୁ ଉଦ୍ଧାର କରିଛି ।

ମାଛଗାଁର ଏକ କେନାଲ ନିକଟରେ ଖେଳୁଥିଲେ ୪ଜଣ ନାବାଳିକା । ଆଉ ଠିକ୍ ଏହି ସମୟରେ ପାହାଚରେ ପାଦ ଖସିଗଲା, ୪ବର୍ଷର ମାମୁନି ବିଶ୍ୱାଳଙ୍କ ପାଦ । କୁନି ଝିଅକୁ ବଂଚାଇବାକୁ ଜୋରରେ ପାଟିକରିଥିଲେ, ସାଥିରେ ଥିବା ଏହି ୩ଜଣ । ଆଉ ଏମାନଙ୍କ ପାଟି ଶୁଣି କେନାଲ ପାଖକୁ ଧାଇଁଥିଲେ ୧୧ବର୍ଷର ନାବାଳକ ବିଶ୍ୱଜିତ୍ । ଝିଅକୁ କେନାଲରୁ ଟାଣି ଆଣିବା ସହ ବଂଚାଇଥିଲା ମାମୁନିର ଜୀବନ ।

ବିଶ୍ୱଜିତ ୪ବର୍ଷର ମାମୁନିକୁ ଉଦ୍ଧାରରେ ବେଶ ସହଯୋଗ କରିଥିଲେ ସାଥୀରେ ଥିବା ୩ଜଣ ଝିଅ । ମିଳିମିଶ ମାମୁନିକୁ ଉଦ୍ଧାର କରିବା ସହ ଘରକୁ ଆଣିଥିଲେ । କାକଟପୁର ବ୍ଲକ୍ ତରାସାହିର ପ୍ରମୋଦ ବିଶ୍ୱାଳ, ଝିଅକୁ ନେଇ ବନ୍ଧୁଘରକୁ ଆସିଥିଲେ । ଆଉ ବାଲିକୁଦା ଗାଁର ଇଚ୍ଛାପୁରର ସଂପର୍କୀୟ ଭଉଣୀମାନଙ୍କ ସହ କେନାଲ ପାଖକୁ ଖେଳିବାକୁ ଯାଇଥିବା ବେଳେ ଏହି ଅଘଟଣ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଝିଅକୁ ଉଦ୍ଧାର କରିଥିବା ବିଶ୍ୱଜିତ୍ ପୂର୍ବରୁ ପୋଖରୀରେ ବୁଡ଼ି ଯାଉଥିବା ଜଣେ ପିଲାର ମଧ୍ୟ ଜୀବନ ବଂଚାଇଥିଲେ । କୁନି କୁନି ପିଲାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମାତ୍ର ୪ବର୍ଷର ଝିଅ ମାମୁନି ପାଇଲା ନୂଆ ଜୀବନ । ଆଉ ପିଲାଙ୍କ ଏହି ସାହାସକୁ ସ୍ଥାନୀୟ ଅଂଚଳରେ ମଧ୍ୟ ବେଶ ପ୍ରଶଂସା କରାଯାଇଛି