କନକ ବ୍ୟୁରୋ: ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରୁଛନ୍ତି । ହେଲେ ପ୍ରଶାସନିକ ଅଣଦେଖା ଯୋଗୁଁ ଜଗତସିଂହପୁର ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅନେକ ପର୍ଯ୍ୟଟନସ୍ଥଳୀ ଲୋକ ଲୋଚନକୁ ଆସି ପାରୁନାହିଁ । ଜଗତସିଂହପୁର ବାଲିକୁଦା ବ୍ଲକ ଅନ୍ତର୍ଗତ ବନ୍ଦର ପର୍ଯ୍ୟଟନ ସ୍ଥଳୀ ଏହାର ଏକ ଉଦାହରଣ ପାଲଟିଛି ।
ଏବେ ଆସିଛି ପର୍ଯ୍ୟଟନ ଋତୁ । ଏ ଚିତ୍ର ହେଉଛି ବାଲିକୁଦା ବ୍ଲକ ମରିଚପୁର ନିକଟସ୍ଥ “ବନ୍ଦର” ପର୍ଯ୍ୟଟନ ସ୍ଥଳୀ ର । ଦେବୀ ନଦୀର ସଂଗମ ସ୍ଥଳୀ ଠାରୁ ମାତ୍ର ୨କିଲୋମିଟର ଦୂର ରେ ରହିଛି ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥଳୀ । ଦେବି ନଦୀ ଏଠାରେ ଏକାଧିକ ଶାଖା ପ୍ରଶାଖା ସୃଷ୍ଟି କରିଥିବା ସହ ଏହାର ଦୁଇ ପାଖରେ ରହିଛି ଝାଉଁ ,କାଜୁ , ହେନ୍ତାଳ ଆଦି ସବୁଜିମା ଭରା ଜଙ୍ଗଲ । ସି୍ଥର ଜଳ ରହୁଥିବାରୁ ଏହା ଭିତରେ ନୌକା ବିହାର କରିବା ପାଇଁ ପ୍ରକୃଷ୍ଠ ସୁଯୋଗ ସୃଷ୍ଟି କରିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଦୃଶ୍ୟକୁ ନେଇ ଅନେକ କବି , ଲେଖକ ଓ ଔପନ୍ୟଷିକ ଗଳ୍ପ , କବିତା ଓ ଉପନ୍ୟାସ ରଚନା କରି ଯାଇଛନ୍ତି ।
କିନ୍ତୁ ପ୍ରଶାସନର ଅଣଦେଖା ଯୋଗୁଁ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କେହି ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବାର ଅଭିଯୋଗ ହେଉଛି । ଫଳରେ ସ୍ଥାନୀୟ ଲୋକେ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଜିଲାରେ ଥିବା ଏହି ସବୁ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ନିମନ୍ତେ ସେ ସରକାର ଙ୍କୁ ଅବଗତ କରାଇ ଥିବା କହିଛନ୍ତି । ତେବେ ବନ୍ଦର ପର୍ଯ୍ୟଟନ ସ୍ଥଳୀ ର ବିକାଶ ନିମନ୍ତେ ସରକାର ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କଲେ ଜିଲ୍ଲା ତଥା ଜିଲ୍ଲା ବାହରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିପାରିବା ସହିତ ଏହାର ମଜା ଉଠାଇ ପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/vlcsnap-2018-01-08-17h14m41s685.png)
/kanak/media/post_attachments/wp-content/uploads/2018/01/vlcsnap-2018-01-08-17h18m56s384-300x169.png)
/kanak/media/post_attachments/wp-content/uploads/2018/01/vlcsnap-2018-01-08-17h14m51s613-300x169.png)