ଆଜି ଶ୍ରୀମନ୍ଦିରରେ ପାଳନ ହେବ ବାମନ ଜନ୍ମ ନୀତି! ୪ ଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

98

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ପବିତ୍ର ଭାଦ୍ରବ ଶୁକ୍ଳ ଏକାଦଶୀ ତିଥିରେ ଗର୍ଭଗୃହରେ ଗୁପ୍ତ ନୀତି କରାଯାଇଥାଏ । ଜଗନ୍ନାଥ ସଂସ୍କୃତି ଆଧାରରେ ଏହି ନୀତି କରାଯାଉଥିବା ବେଳେ ମଧ୍ୟାହ୍ନ ଧୂପ ପରେ ବଡ ଠାକୁରଙ୍କର ଏହି ନୀତି କରାଯିବ । ଏଥିପାଇଁ ନୀତି ନିର୍ଘଂଟ ସ୍ଥିର କରାଯାଇଛି ।

ମଧ୍ୟାହ୍ନ ଧୂପ ପରେ ବାମନ ଜନ୍ମ ନୀତି କରାଯାଉଥିବାରୁ ଆଜି ବଡ ଦେଉଳରେ ୪ ଘଂଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୩ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କର ଦର୍ଶନ ପାଇ ପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପୁରାଣ କହେ, ଆଜିର ତିଥୀରେ ବିଷ୍ଣୁ ବାମନ ଅବତାରରେ ଧରାପୃଷ୍ଠରେ ଅବତରଣ ହୋଇଥିଲେ ।