ଖପୁରୀ ପ୍ରତିରୋପଣ ପରେ ଜଗା ଯିବ ସ୍କୁଲ । ଜଗାର ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

545

କନକ ବ୍ୟୁରୋ: ଯୋଡ଼ା ମୁଣ୍ଡରୁ ଅଲଗା ହୋଇ ଦିଲ୍ଲୀରୁ ଫେରିବା ପରେ ପୁଣି ଜଗା ବଳିଆଙ୍କୁ ନେଇ ଆସିଛି ବଡ଼ ଖବର । ସମୂର୍ଣ୍ଣ ସୁସ୍ଥ ଥିବା ଜଗାର ହେବ ଖପୁରୀ ପ୍ରତିରୋପଣ । କାରଣ ମୁଣ୍ଡରେ ଖପୁରୀ ନଥିବାରୁ ଜଗା ଏବେ ସ୍କୁଲ ଯାଇ ପାରିବ ନାହିଁ । ଖପୁରୀ ପ୍ରତିରୋପଣ ପରେ ହିଁ ସେ ସ୍କୁଲ ଯିବା ସମ୍ଭବ ହୋଇପାରିବ । ତେବେ ଜଗାର ଚିକିତ୍ସା କ୍ଷେତ୍ରରେ ସରକାର ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବେ ଦେବେ । ଏନେଇ ଏସସିବିରେ ଜଗା-ବଳିଆଙ୍କୁ ଭେଟି କହିଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ।

ତେବେ ମନ୍ତ୍ରୀଙ୍କ କହିବା ମୁତାବକ, ଖପୁରୀ ପ୍ରତ୍ୟାରୋପଣ ଦ୍ୱାରା ଆଗକୁ ଜଗା ପାଠ ପଢ଼ିବ , ହେଲେ ଜଗା ସ୍କୁଲ ଯିବନି । କାରଣ ଜଗାର ପ୍ରାଥମିକ ଶିକ୍ଷା ମେଡ଼ିକାଲରେ ହିଁ ହେବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା । ସବୁଠାରୁ ବଡ଼ କଥା ହେଲା କି, ବର୍ତ୍ତମାନ ଜଗାର ଦେହ ଭଲ ଅଛି କିନ୍ତୁ ବଳିଆ ସ୍ୱାସ୍ଥ୍ୟ ସାମାନ୍ୟ ହୋଇନି । ଦୁହିଁଙ୍କ ସ୍ୱାସ୍ଥ୍ୟସେବାରେ ସୁଧାର ପାଇଁ ଡାକ୍ତର ଲାଗିଛନ୍ତି ।