ଜଗା ପାଖେ ହାତ ଯୋଡିଲା ଜଗା । ବଳିଆ ପାଇଁ କଲା ପ୍ରାର୍ଥନା ।

196

କନକ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଭାଇ ବଳିଆର ଆରୋଗ୍ୟ ପାଇଁ ଜଗା ଗତକାଲି ମ‌ାଆ ପୁଷ୍ପାଞ୍ଜଳି କହଁରଙ୍କ ସହ ସ୍ଥାନୀୟ ହଜ୍‌ଖାସସ୍ଥିତ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ପୁଷ୍ପାଞ୍ଜଳିଙ୍କ କହିବାନୁସାରେ, ଶ୍ରୀଜଗନ୍ନାଥଙ୍କ କୃପାରୁ ଦୁଇପୁଅ ଜଗାବଳିଆଙ୍କ ଯୋଡ଼ାମୁଣ୍ଡର ସଫଳ ଅସ୍ତ୍ରୋପଚାର ହୋଇଛି। ଦିଲ୍ଲୀ ଏମ୍ସରେ ଦ୍ରୁତ ଗତିରେ ଜଗା ଆରୋଗ୍ୟ ଲାଭ କରୁଥିବା ବେଳେ ବଳିଆ ମଧ୍ୟ ସୁସ୍ଥ ହେବ ବୋଲି ଅନେକ ଆଶା ରହିଛି।

ତେବେ ଦୁଇପୁଅଙ୍କ ପାଇଁ ‌ସେ ମନ୍ଦିର ଆସିଥିଲେ । ମନ୍ଦିରରେ ଜଗା ମଧ୍ୟ ଭାଇ ବଳିଆ ପାଇଁ ପୂଜାରେ ଭାଗନେଇଥିଲା। ମନ୍ଦିର କାର୍ଯ୍ୟକର୍ତା ଏବଂ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁମାନେ ଜଗାକୁ ଦେଖି ଆନନ୍ଦିତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଯୋଡ଼ାମୁଣ୍ଡରୁ ଅଲଗା ହେବାର ବର୍ଷକ ପରେ ଜଗାର ସ୍ବାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ହୋଇଛି ଏବଂ ବଳିଆ ଧୀରେ ଧୀରେ ସୁସ୍ଥ ହେଉଛି। ଜଗାର ମସ୍ତିଷ୍କ ବିକାଶ ପାଇଁ ଏବଂ ପରବର୍ତ୍ତୀ ଅସ୍ତ୍ରୋପଚାର ଲାଗି ଏମ୍ସ ପରିସରରୁ ବାହାରକୁ ନେଇ ତା’ର ଗତିବିଧି ଅନୁଧ୍ୟାନ କରାଯାଉଛି।