ସତରଙ୍ଗୀ ପାହାଡ ! ଗୋଟିଏ ଦିନରେ ବାରମ୍ବାର ବଦଳାଇଥାଏ ରଙ୍ଗ

59

ଲାଲ୍ , କଳା, ଧଳା ଓ ବରଫର ପାହାଡ । ଆପଣ ଏ ସମସ୍ତଙ୍କ ବିଷୟରେ ନା କେବଳ ଶୁଣିଥିବେ ବରଂ ଦେଖିଥିବେ ମଧ୍ୟ । ଦେଶ ବିଦେଶରେ ଏଭଳି ଅନେକ ସ୍ଥାନ ଅଛି ଯାହାକୁ ଦେଖି ଈଶ୍ୱରଙ୍କ ଅନନ୍ୟ ସୃଷ୍ଟି ଉପରେ ଭରସା କରିବା ଏକ ପ୍ରକାର ଅସମ୍ଭବ ହୋଇଯାଏ । ତେବେ ଆମ ଭାରତରେ ଏମିତି ଏକ ପାହାଡ ଅଛି ଯାହା ଗୋଟିଏ ଦିନରେ ତିନି ଥର ରଙ୍ଗ ବଦଳାଇ ଥାଏ ।

ଜବଲପୁରର ଭେଡାଘାଟରେ ଥିବା ଏହି ରଙ୍ଗ ବେରଙ୍ଗର ପାହାଡଟି ସମୟ ଅନୁସାରେ ନିଜ ରଙ୍ଗ ପରିବର୍ତ୍ତନ କରେ । କେତେବେଳେ ଲାଲ୍ ତ କେତେବେଳେ ନୀଳ ଆଉ କେତେବେଳେ ସବୁଜ ଓ ଇନ୍ଦ୍ରଧନୁ ପରି ସାତ ରଙ୍ଗର ହୋଇ ଯାଇଥାଏ ପାହାଡଟି । ପ୍ରକୃତରେ ପାହାଡରେ ଥିବା ମାର୍ବଲ ଗୁଡିକରେ ସୂର୍ଯ୍ୟକିରଣ ପଡିବା ଦ୍ୱାରା ପଥର ସବୁ ଚିକ୍ ମିକ୍ କରିଥାଏ । ଆଉ ଯେମିତି ଯେମିତି ସୂର୍ଯ୍ୟଙ୍କ କିରଣରେ ପରିବର୍ତ୍ତନ ହୋଇଥାଏ ସେମିତି ସେମିତି ଏହାର ରଙ୍ଗରେ ମଧ୍ୟ ପରିବର୍ତ୍ତନ ଆସିଥାଏ ।

ଆଶ୍ଚର୍ଯ୍ୟର କଥା ହେଉଛି ରାତିରେ ଜହ୍ନର କିରଣ ପଡିଲେ ମଧ୍ୟ ବିଭିନ୍ନ ରଙ୍ଗରେ ରଙ୍ଗୀନ୍ ହୋଇ ଝଲସି ଉଠିଥାଏ ପାହାଡଟି । ଶରତ ପୂର୍ଣ୍ଣିମା ସମୟରେ ଏହି ପାହାଡକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥାଏ । ରାତିର ଗଭୀର ଅନ୍ଧକାର ମଧ୍ୟରେ ଅଦ୍ଭୂତ ଚମକ ଦ୍ୱାରା ପାହଡଟି ଯେମିତି ନିଜର ଉପସ୍ଥିତି ଜାହିର୍ କରିଥାଏ ।

ସୌଜନ୍ୟ : ପତ୍ରିକା