ମହିଳାଙ୍କ ଠାରୁ ପୁରୁଷମାନେ ଅଧିକ ଦରମା ପାଇବା ଅପରାଧ । ଦେଶର ବିଚିତ୍ର ନିୟମ

38

ଆପଣଙ୍କୁ ଶୁଣିବାକୁ ଖରାପ ଲାଗିପାରେ କିନ୍ତୁ ଏହା ସଂପୂର୍ଣ୍ଣ ସତ । ସବୁ କର୍ମଚାରୀଙ୍କୁ ସମାନ ଦରମା ଦେବା ପାଇଁ ଆଇସଲ୍ୟାଣ୍ଡ ସରକାର ସବୁ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କିଛି ଆଶ୍ଚର୍ଯ୍ୟ ହେବାରେ ନାହିଁ । କିନ୍ତୁ ଚର୍ଚା କରିବାର କାରଣ ହେଉଛି ଏଠାରେ ପୁରୁଷଙ୍କ ତୁଳନାରେ ମହିଳାମାନେ କମ ଟଙ୍କା ଦରମା ପାଉଛନ୍ତି । ପୁରୁଷ ଓ ମହିଳା ଗୋଟିଏ ପୋଷ୍ଟରେ ରହି ସମାନ କାମ କରୁଥିଲେ ବି ଦରମାରେ ଅସମାନତା ରହୁଛି ।

ଗତ ବିଶ୍ୱ ମହିଳା ଦିବସ ଅବସରରେ ଆଇସଲ୍ୟାଣ୍ଡ ସରକାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଯାହା ୨୦୧୮ ଜାନୁଆରୀ ୧ରୁ ଆଇସଲ୍ୟାଣ୍ଡରେ ଲାଗୁ କରାଯାଇଛି । ଯେଉଁ କମ୍ପାନୀରେ ୨୫ କିମ୍ବା ତାଠାରୁ ଅଧିକ କର୍ମଚାରୀ ଅଛନ୍ତି ସେଠାରେ ପୁରୁଷ ଓ ମହିଳାଙ୍କୁ ସମାନ ଦରମା ଦେବାକୁ ଆଇସଲ୍ୟାଣ୍ଡ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯଦି ଦରମା ପ୍ରଦାନ ସମୟରେ କୌଣସି କମ୍ପାନୀ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପାତରଅନ୍ତର କରନ୍ତି ତେବେ ପେନାଲ୍ଟି ଆଦାୟ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଦେଶରୁ ଲିଙ୍ଗଗତ ବିଭେଦ ହଟାଇବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ବିଶ୍ୱ ଇକୋନୋମିକ ଫୋରମ ତଥ୍ୟ ଅନୁସାରେ, ମହିଳାଙ୍କ ଅଧିକାରର ସୁରକ୍ଷା ଦିଗରେ କାମ କରି ଗତ ୯ ବର୍ଷ ହେଲା ପ୍ରଥମ ସ୍ଥାନରେ ରହିଛି ଆଇସଲ୍ୟାଣ୍ଡ । ବର୍ତମାନ ୟୁରୋପ ଓ ଇଂଲଣ୍ଡରେ ପୁରୁଷ ଓ ମହିଳାଙ୍କ ଦରମା କ୍ଷେତ୍ରରେ ୧୬.୯ ଅସମାନତା ରହିଛି ।

ସୌଜନ୍ୟ: ଆଜତକ