କନକ ବ୍ୟୁରୋ : ମହାକାଶରେ ଭାରତ ପୁଣି ଏକ ନୂଆ ଇତିହାସ ରଚିବାକୁ ଯାଉଛି । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋ ଆସନ୍ତାକାଲି ଦୁଇଟି ବିଦେଶୀ ଉପଗ୍ରହକୁ ମହାକାଶକୁ ପଠାଇବ । ଏଥି ପାଇଁ ପିଏସଲେଭି ରକେଟର ବ୍ୟବସାୟୀକ ଉତକ୍ଷେପଣ କରିବ ଇସ୍ରୋ । ପିଏସଏଲଭି ସି-୪୨ ଦୁଇଟି ବ୍ରିଟିଶ ଉପଗ୍ରହ ନୋବାସାର ଏବଂ ଏସ ୧-୪କୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରିବ । ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ ଉତକ୍ଷେପଣ କେନ୍ଦ୍ରରୁ ଏହି ଦୁଇଟି ବ୍ରିଟିିଶ ଉପଗ୍ରହ ପ୍ରେରଣ କରାଯିବ ।
ନିଜସ୍ୱ ଜ୍ଞାନ କୌଶଳରେ ଏପରି ଏକ ବ୍ୟବସାୟୀକ ଉତକ୍ଷେପଣ କରିବା ସହ ଇସ୍ରୋ ନୂଆ ମାଇଲ ଖୁଂଟ ସୃଷ୍ଟି କରିବ । ପୂର୍ବରୁ ଭାରତ ୨୦୦୭ ମସିହାରେ ପ୍ରଥମ ଥର ପାଇଁ ବ୍ୟବସାୟୀକ ଭାବେ ଇଟାଲିର ଏକ ଉପଗ୍ରହର ଉତକ୍ଷେପଣ କରାଇଥିଲା । ବର୍ତମାନ ସୁଦ୍ଧା ଇସ୍ରୋ ମୋଟ ୨୮ଟି ଦେଶର ମୋଟ ୨୩୭ଟି ଉପଗ୍ରହ ମହାକାଶରେ ଅବସ୍ଥାପିତ କରାଇ ସାରିଛି । ତେବେ ପ୍ରତି ଥର ଇସ୍ରୋ ନିଜ ରକେଟର କ୍ଷମତା ଓ ଦକ୍ଷତାରେ ବୃଦ୍ଧି କରାଇ ଚାଲିଛି । ଏହା ସହ ଇସ୍ରୋର ଏହି କାର୍ଯ୍ୟକ୍ରମରୁ ଦେଶ ପାଇଁ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଆସୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/isro-rocket.jpg)