କନକ ବ୍ୟୁରୋ: ଶ୍ରୀହରିକୋଟାରୁ ଆଜି ଜିସାଟ୍-୭ଏର ପରୀକ୍ଷଣ ହେବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ଭାରତୀୟ ଅତ୍ୟାଧୁନିକ ସାମରିକ ଉପଗ୍ରହ ଜିସାଟ୍-୭ଏକୁ ମହାକାଶକୁ ଛଡାଯିବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଜିଏସଏଲଭି-ଏଫ୧୧ ରକେଟ ମାଧ୍ୟମରେ ଏହାକୁ ଉତକ୍ଷେପଣ କରାଯିବ ।
ଏହି ଉପଗ୍ରହଟି ଇସ୍ରୋର ୩୫ତମ ଯୋଗଯୋଗ ଉପଗ୍ରହ ହୋଇଥିବା ବେଳେ ଏହାକୁ ସ୍ୱତନ୍ତ୍ର ଭାବେ ଭାରତୀୟ ବାୟୁସେନା ପାଇଁ ନିର୍ମାଣ କରାଯାଇଛି । ଏହାର ବିଶେଷତ୍ୱ ଏହା ବାୟୁସେନାର ବିଭିନ୍ନ ବିମାନଘାଟି, ରାଡାର ଷ୍ଟେସନ ଓ ଏୟାରବର୍ଣ୍ଣ ଆର୍ଲି ୱର୍ଣ୍ଣିଂ ସିଷ୍ଟମ ସହ ଯୋଗଯୋଗ ରକ୍ଷା କରିବ । ଏହା ଦ୍ୱାରା ବାୟୁସେନାର ଯୋଗାଯୋଗ କ୍ଷମତା ବୃଦ୍ଧି ପାଇବ ଓ ଯୁଦ୍ଧ ସମୟରେ ଏହା ବେଶ ଉପଯୋଗୀ ହେବ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଭାରତର ଲଢୁଆ ଡ୍ରୋନ ପରିଚାଳନାରେ ବେଶ ଉପଯୋଗୀ ହୋଇପାରିବ । ଭାରତ ଆମେରିକା ଓ ଇସ୍ରାଏଲଠାରୁ ଲଢୁଆ ଡ୍ରୋନ କିଣୁଥିବାରୁ ସେଗୁଡିକର ପରିଚାଳନା ପାଇଁ ଅତ୍ୟାଧୁନିକ ଉପଗ୍ରହ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ଜିସାଟ୍-୭ଏ ପୂରଣ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/GSAT-1.jpg)
/kanak/media/post_attachments/wp-content/uploads/2018/12/isro-300x170.jpg)
/kanak/media/post_attachments/wp-content/uploads/2018/12/download-22-300x166.jpg)