ଜିସାଟ-୩୦ ସାଟେଲାଇଟର ସଫଳ ଉତକ୍ଷେପଣ । ଦୂର ସଂଚାର କ୍ଷେତ୍ରରେ ଆସିବ ବଡ ପରିବର୍ତନ, ବଢିବ ଇଂଟରନେଟ ସ୍ପିଡ, ଅପହଂଚ ଇଲାକାରେ ପହଂଚିବ ମୋବାଇଲ ନେଟୱାର୍କ

248

କନକ ବ୍ୟୁରୋ : ୨୦୨୦ରେ ଇସ୍ରୋର ପ୍ରଥମ ମିଶନ । କମ୍ୟୁନିକେସନ ସାଟେଲାଇଟ୍ ଜିସାଟ-୩୦କୁ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଜି-ସାଟ- ଥାର୍ଟିର ସଫଳ ଉତକ୍ଷେପଣ କରିଛି । ଜିଓ ଇଲିପ୍ଟିକାଲ ଓରବିଟରେ ସଫଳତାର ସହ ଜିସାଟ-୩୦କୁ ଅବସ୍ଥାପିତ କରାଯାଇଛି । ଦକ୍ଷିଣ ଆମେରିକାର କେରୋ ସ୍ଥିତ ଏରିୟର ପ୍ରକ୍ଷେପଣ କେନ୍ଦ୍ରରୁ ଏହି ସାଟେଲାଇଟକୁ ଉତକ୍ଷେପଣ କରାଯାଇଛି । ରାତି ୨ଟା ୩୫ ମିନିଟରେ ଜିସାଟ-୩୦କୁ ୟୁରୋପିୟ ଭାରି ରକେଟ ଯାନ ଏରିଅନ-୫ ଜରିଆରେ ମହାକାଶକୁ ପଠାଯାଇଛି । ଜିସାଟ-୩୦ ସାଟେଲାଇଟର ଓଜନ ୩୧ ଶହ କିଲୋଗ୍ରାମ ।

source : obn

ଏହା ଉତକ୍ଷେପଣ ପରଠୁ ୧୫ ବର୍ଷ ଯାଏଁ କାମ କରିବ । ଏଥିରେ ୨ଟି ସୋଲାର ପ୍ୟାନେଲ ଓ ବ୍ୟାଟେରି ରହିଛି । ଜିସାଟ-୩୦ ଯୋଗୁଁ ଭାରତର ସଂଚାର ସେବା ଉକ୍ରୃଷ୍ଟମାନର ହେବ । ଇଂଟରନେଟର ସ୍ପିଡ ବଢିବ ଏବଂ ପୂର୍ବରୁ ଯେଉଁ ସ୍ଥାନରେ ମୋବାଇଲ ସେବା ପହଂଚିପାରୁ ନାହିଁ ସେହି ସ୍ଥାନରେ ମୋବାଇଲ ନେଟୱାର୍କ ପହଂଚି ପାରିବ । ଏହାଛଡା ବିସେଟ ନେଟୱାର୍କ, ଟେଲିଭିଜନ ଅପଲିଙ୍କିଙ୍ଗ, ଟେଲିପୋର୍ଟ ସେବା, ଡିଏସଏନଜି, ଡିଟିଏଚ ଟେଲିଭିଜନ ସେବା ସହ ଜଳବାୟୁ ପରିବର୍ତନ ଓ ପାଣିପାଗ ସଂପର୍କିତ ସୂଚନା ଜିସାଟ-୩୦ ଜରିଆରେ ମିଳିପାରିବ । ଜିସାଟ-୩୦କୁ ସାଟେଲାଇଟ୍ ‘ଇନସାଟ୍-ଫୋରଏ’ର ସ୍ଥାନ ନେବ ।