କନକ ବ୍ୟୁରୋ: ଉତକ୍ଷେପଣ ହେଲା ପିଏସଏଲଭି- ସି୪୮ । ଶ୍ରୀହରିକୋଟାରୁ ପିଏସଏଲଭି-ସି୪୮ ଜରିଆରେ ରିସାଟ-୨ବିଆର୧କୁ ଅନ୍ତରୀକ୍ଷକୁ ସଫଳତାର ସହ ଉତକ୍ଷପଣ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଅପରାହ୍ଣ ୩ଟା ୨୫ ମିନିଟରେ ଇସ୍ରୋ ଏହି ସାଟେଲାଇଟ ଉତକ୍ଷେପଣ କରି ନିଜ ନାଁରେ ଆଉ ଏକ ରେକର୍ଡ ଯୋଡି ଦେଇଛି ।
#WATCH ISRO launches RISAT-2BR1 and 9 customer satellites by PSLV-C48 from Satish Dhawan Space Centre (SDSC) SHAR, Sriharikota; RISAT-2BR1 is a radar imaging earth observation satellite weighing about 628 kg. pic.twitter.com/mPF2cN9Tom
— ANI (@ANI) December 11, 2019
ତେବେ ଦୀର୍ଘ ୨୦ ବର୍ଷ ଭିତରେ ଅର୍ଥାତ ୧୯୯୯ରୁ ଆଜି ଯାଏଁ ଇସ୍ରୋ ୩୧୦ଟି ବିଦେଶୀ ସାଟେଲାଇଟ ଉତକ୍ଷେପଣ କରିଥିବା ବେଳେ ଆଜି ୯ଟି ଉପଗ୍ରହ ସହ ମୋଟ ୩୧୯ଟି ଉପଗ୍ରହକୁ ଅନ୍ତରୀକ୍ଷରେ ସ୍ଥାପନ କରିବାର ଗୌରବ ରଚିଛି ଇସ୍ରୋ ।
ସେପଟେ ରିସାଟ-୨ବିଆର୧ ଉପଗ୍ରହ ଆକାଶ ଉପରୁ ଶତ୍ରୁଙ୍କ ଉପରେ ନଜର ରଖିବ । ଦିନ ହେଉ ଅବା ରାତି ଯେକୌଣସି ପରିସ୍ଥିତିରେ ଏହି ଉପଗ୍ରହ ସୀମା ଉପରେ ଚିଲ ଭଳି ତୀକ୍ଷ୍ଣ ନଜର ରଖିବ । ତେବେ ଖରାପ ପାଗରେ ବି ଏହା ସକ୍ରିୟ ରହିବ । ବର୍ଷା ପାଗ କିମ୍ବା କୁହୁଡିଆ ପାଗରେ ବି ଆକାଶ ଉପରୁ ଖୁବ ଭଲ ଭାବରେ ସୀମା ଉପରେ ନଜର ରଖିବ ଆଉ ଶତ୍ରୁଙ୍କ ସବୁ ଗତିବିଧିକୁ କଏଦ କରିବ । ବାଲାକୋଟ ଭଳି ବଡ ବଡ ମିଶନରେ ଏହି ଉପଗ୍ରହ ସାହାଯ୍ୟ କରିବ ବୋଲି ସୂଚନା ମିଳିଛି ।