ନୂଆ ବର୍ଷରେ ଭାରତ ରଚିବ ନୂଆ ଇତିହାସ ! ଜାନୁଆରୀ ୧୦ରେ ଏକାସଙ୍ଗରେ ୩୧ଟି ଉପଗ୍ରହ ପଠାଇବ ଇସ୍ରୋ, ପୂରା ବିଶ୍ୱର ରହିବ ନଜର

57

କନକ ବ୍ୟୁରୋ : ନୁଆ ବର୍ଷରେ ନୂଆ ଇତିହାସ ରଚିବ ଭାରତ । ଇସ୍ରୋ ଇତିହାସରେ ଯୋଡି ହେବ ଆଉ ଏକ ଅଧ୍ୟାୟ । ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲ ଖୁଂଟ ଅତିକ୍ରମ କରିବ ଭାରତ । ଜାନୁଆରୀ ୧୦ରେ ଇସ୍ରୋ ଉତକ୍ଷେପଣ କରିବ ୩୧ଟି ସିରିଜ ଉପଗ୍ରହ । ପୂର୍ବରୁ ବି ପିଏସଲଏଭି ସି-୩୮ ମାଧ୍ୟମରେ ଏକାଥରକେ ମହାକାଶକୁ ୩୧ଟି ଉପଗ୍ରହ ପଠାଇ ବିଶ୍ୱବ୍ୟାପୀ ପ୍ରଶଂସା ସାଉଁଟିଥିଲା । ଆଉ ଏବେ ପୁଣିଥରେ ସେହି ପୁରୂଣା ରେକର୍ଡକୁ ଭାଙ୍ଗିବାକୁ ଯାଉଛି ଇସ୍ରୋ । ଏହି ହିସାବରେ ୨୦୧୮ଆରମ୍ଭରୁ ହିଁ ଇସ୍ରୋ ଜାରିକରିବ ଜୟଯାତ୍ରା ।

1492672369-3362ବର୍ଷ ଆରମ୍ଭରୁ ଇସ୍ରୋର ଜୟଯାତ୍ରା । ଏକାସଙ୍ଗରେ ମହାକାଶକୁ ପଠାଇବ ୩୧ଟି ଉପଗ୍ରହ । ଜାନୁଆରୀ ୧୦ରେ ଆନ୍ଧ୍ରର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ୩୧ଟି ଉପଗ୍ରହ ଓ ତା ସଙ୍ଗେ ସଙ୍ଗେ ଇତିହାସ ରଚିବ ଭାରତ । ଏହି ମିଶନରେ ଆମେରିକା ଓ ଅନ୍ୟ ଦେଶର ୨୮ଟି ଉପଗ୍ରହ ଓ ଭାରତର ୩ଟି ଉପଗ୍ରହ ମହାକାଶକୁ ପ୍ରେରଣ କରିବ ଇସ୍ରୋ । ଭୂପୃଷ୍ଠରୁ ୫ଶହ କିଲୋମିଟର ଉପରେ ପୃଥିବୀକୁ ପରିକ୍ରମା କରିବ ଏହି ଉପଗ୍ରହ । କ୍ୟାଟ୍ରୋସାଟ୍ ଉପଗ୍ରହରୁ ସାମରିକ ତଥ୍ୟଗତ ସହାୟତା ମିଳିପାରିବ । ସୀମାନ୍ତ ଅଂଚଳର ତଥ୍ୟ ଏହି ଉପଗ୍ରହ ଜରିଆରେ ସହଜରେ ପାଇହେବ । ବିଶେଷ କରି ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କ୍ୟାଟ୍ରୋସାଟ୍ ଉପଯୋଗୀ ପ୍ରମାଣିତ ହେବ । ଏପରିକି ଶତ୍ରୁ ପକ୍ଷର ମୁତୟନ ହୋଇଥିବା ଟ୍ୟାଙ୍କ ମଧ୍ୟ ଗଣିପାରିବ କ୍ୟାଟ୍ରୋସାଟ୍ । ପାକିସ୍ତାନ ଓ ଚୀନର ଗତିବିଧି ଉପରେ ନଜର ରଖି ତଥ୍ୟ ପ୍ରେରଣ କରିବ ଏହି ଉପଗ୍ରହ ।

ସୁରକ୍ଷା ପାଇଁ ଭାରତୀୟ ସେନା ଏବେ ଜି-ସ୍ୟାଟ୍ର ସହାୟତା ନେଉଛି । ଆଗକୁ ଇସ୍ରୋ ଆଂଟି ସାଟେଲାଇଟ୍ ୱିପନ୍ ଉତକ୍ଷେପଣ କରିବା ଯୋଜନାରେ ଅଛି । ଏହା ଦ୍ୱାରା ଶତ୍ରୁପକ୍ଷର ସାଟେଲାଇଟ୍କୁ ଧ୍ୱଂସ କରାଯାଇପାରିବ । ସାଟେଲାଇଟ୍ ଅନ୍ ଡିମାଣ୍ଡ ବ୍ୟବସ୍ଥାକୁ ମଧ୍ୟ ଇସ୍ରୋ ପକ୍ଷରୁ ଖୁବଶିଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି । ଯାହାଫଳରେ ଅନ୍ତରୀକ୍ଷରୁ ଶତ୍ରୁପକ୍ଷର ସମସ୍ତ ଚାଲାଖିକୁ ଧରିପାରିବ ଭାରତ । ଏହଛଡା ଦୁର୍ଗମ ଅଞ୍ଚଳରେ ମଧ୍ୟ ସୈନ୍ୟମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାରେ ସହାୟକ ହେବ କ୍ୟାଟ୍ରୋସାଟ-୨ ।

ପୂର୍ବରୁ କ୍ୟାଟ୍ରୋସାଟ୍ ୧, ୨, ରି-ସାଟ୍ ୧, ୨ ସହାୟତାରେ ଭାରତୀୟ ସେନା ଶତ୍ରୁ ଉପରେ ନଜର ରଖୁଥିବା ବେଳେ ଏବେ ସାମିଲ୍ ହୋଇଛି କ୍ୟାଟ୍ରୋସାଟ୍ – ୨ । ଯେଉଁଥିରୁ ସୀମାନ୍ତ ଅଂଚଳର ତଥ୍ୟ ସହଜରେ ପାଇହେବ । ବିଶେଷ କରି ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କ୍ୟାଟ୍ରୋସାଟ୍ ଉପଯୋଗୀ ପ୍ରମାଣିତ ହେବ । ଏପରିକି ଶତ୍ରୁ ପକ୍ଷର ମୁତୟନ ହୋଇଥିବା ଟ୍ୟାଙ୍କ ମଧ୍ୟ ଗଣିପାରିବ କ୍ୟାଟ୍ରୋସାଟ୍ । ଆଗକୁ ଅଗ୍ନି ୫ ମିସାଇଲ୍ ଜରିଆରେ ସାଟେଲାଇଟ୍ ଉତକ୍ଷେପଣ କରିବ ଇସ୍ରୋ ।