ପାକିସ୍ତାନକୁ ମହାକାଶରେ ବି ବାସନ୍ଦ ! ଆଜି ଇସ୍ରୋ ଛାଡିବ ଏସିଆ ସ୍ୟାଟେଲାଇଟ

31

କନକ ବ୍ୟୁରୋ: ଆଜି ଶ୍ରୀହରିକୋଟା ସ୍ପେଶ ପୋର୍ଟରୁ ସାଉଥ ଏସିଆ ସ୍ୟାଟେଲାଇଟ ଲଂଚ କରିବ ଭାରତ । ଏହାକୁ ଜି-ଏସ-ଏଲ-ବି-ଏଫ୦୯ ରକେଟ ସାହାର୍ଯ୍ୟରେ ମହାକାଶକୁ ପଠାଯିବ । ଏହା ଦ୍ୱାରା ପାକିସ୍ତାନକୁ ଛାଡି ସବୁ ସାର୍କ ସଦସ୍ୟ ରାଷ୍ଟ୍ରକୁ କମ୍ୟୁନିକେସନ ଟେକ୍ନୋଲୋଜି କ୍ଷେତ୍ରରେ ଫାଇଦା ମିଳିବ । ସେହିପରି ସାଟେଲାଇଟ, ଇନଫ୍ରାଷ୍ଟ୍ରକଚର ଡେଭଲପମେଂଟ, ଟିଭି ବ୍ରଡକାଷ୍ଟିଙ୍ଗ, ଡିଜାଷ୍ଟାର ମ୍ୟାନେଜମେଂଟ ଓ ଟେଲି-ଏଜୁକେସନକୁ ଫାଇଦା ମିଳିପାରିବ ।

ତେବେ ଏହି ପ୍ରୋଜେକ୍ଟ ବାବଦରେ ୪୫୦ କୋଟି ଅର୍ଥ ଅଟକଳ ରହିଛି । ଏହି ପ୍ରୋଜେକ୍ଟ ମିଶନରେ ଆଫଗାନିସ୍ତାନ, ଭୂଟାନ, ବାଙ୍ଗାଲାଦେଶ, ନେପାଳ, ମାଲଦୀପ, ଓ ଶ୍ରୀଲଙ୍କା ସାମିଲ ଅଛନ୍ତି । ଦକ୍ଷିଣ ଏସିଆର ଦେଶଗୁଡିକ ଆଗାମୀ ୧୨ ବର୍ଷରେ ଇସ୍ରୋକୁ ୯୬ କୋଟି ଟଙ୍କା ଦେବେ । ପୂର୍ବରୁ ଏହି ସାଟେଲାଇଟର ନାଁ ସାର୍କ ସ୍ୟାଟେଲାଇଟ ରଖାଯାଇଥିଲା । କିନ୍ତୁ ପରେ ପାକିସ୍ତାନ ବାଦ ପଡିବାରୁ ଏହାର ନାଁ ବଦଳାଇ ସାଉଥ ଇଷ୍ଟ ସାଟେଲାଇଟ ରଖାଯାଇଛି ।