କନକ ବ୍ୟୁରୋ : ଜିସାଟ୍-୨୯ ମିଶନ୍ ପାଇଁ ଇସ୍ରୋର କାଉଁଟଡାଉନ୍ ଆରମ୍ଭ । ଆଜି ସନ୍ଧ୍ୟାରେ ଶ୍ରୀହରିକୋଟ୍ଟା ସତୀଶ ଧୱନ୍ ମହାକାଶ କେନ୍ଦ୍ରରୁ ହେବ ଜିସାଟ୍ ଉତକ୍ଷେପଣ । ଇସ୍ରୋର ହେଭିଲିଫ୍ଟ ରକେଟ୍ ଜିଏସଏଲଭି ଏମକେ ଥ୍ରି ଏହି ଜିସାଟକୁ କକ୍ଷପଥ ପର୍ଯ୍ୟନ୍ତ ପହଁଚାଇବ । ସୀମାନ୍ତ ଅଂଚଳର ତଥ୍ୟ ଏହି ଉପଗ୍ରହ ଜରିଆରେ ସହଜରେ ପାଇହେବ । ଜାମ୍ମୁ ଓ କାଶ୍ମୀର କିମ୍ବା ଉତର ପୂର୍ବ ପରି ଦୁର୍ଗମ ଇଲାକାରେ ଜିସାଟ ଯୋଗାଯୋଗର ପ୍ରମୁଖ ସାଧନ ହେବା କୁହାଯାଉଛି । ପାକିସ୍ତାନ ଓ ଚୀନର ଗତିବିଧି ଉପରେ ନଜର ରଖି ତଥ୍ୟ ପ୍ରେରଣ କରିବ ଏହି ଉପଗ୍ରହ ।
ଜି-ସାଟ୍-୨୯ ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
- ଯୋଗାଯୋଗ କ୍ଷେତ୍ରରେ ଉପାଦେୟ ହେବ ଜି-ସାଟ୍-୨୯
- ଦୂର୍ଗମ ଅଂଚଳ ସହ ଯୋଗାଯୋଗ ସ୍ଥାପନ ସଂଭବ ହେବ
- ଏହାର ସମୟକାଳ ୧୦ ବର୍ଷ
- ୧୦ ବର୍ଷ ଯାଏଁ ଯୋଗାଯୋଗ ସଂପର୍କିତ ସୂଚନା ମିଳିପାରିବ
- ଉଦ୍କ୍ଷେପଣ ସମୟରେ ଏହାର ଓଜନ ରହିବ ୩୪୨୩ କେ.ଜି
- ଏହି ଉଦକ୍ଷେପଣ ଇସ୍ରୋର ସର୍ବାଧିକ ଓଜନିଆ ରକେଟ୍ ମଧ୍ୟରେ ଦ୍ୱିତୀୟ
- ଚଳିତବର୍ଷ ଏହା ଇସ୍ରୋର ପଂଚମ ଉଦକ୍ଷେପ