ଇଜିପଟର ରାଜଧାନୀ କାଇରୋର ଦୁଇଟି କୋପଟିକ୍ ଚର୍ଚରେ ବିସ୍ଫୋରଣ ! ୪୫ ମୃତ

36

କନକ ବ୍ୟୁରୋ : ଇଜିପଟର ରାଜଧାନୀ କାଇରୋର ଦୁଇଟି କୋପଟିକ୍ ଚର୍ଚରେ ବିସ୍ଫୋରଣ କରିଛି ଆଇଏସ । ଏହି ବିସ୍ଫୋରଣରେ ୪୫ ଜଣ ପ୍ରାଣ ହରାଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି । ଏହାପରେ ରାଷ୍ଟ୍ରପତି ୩ମାସ ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି ।

ରବିବାର ପ୍ରାର୍ଥନା ପାଇଁ ଚର୍ଚରେ ଭିଡ଼ ହୋଇଥିବା ବେଳେ ପ୍ରଥମ ବିସ୍ଫୋରଣ ଘଟିଥିଲା । ଏପରି ଆକ୍ରମଣକୁ ବିଶ୍ୱବାସୀ ନିନ୍ଦା କରିଛନ୍ତି । ଇଜିପଟ୍ ଖ୍ରୀଷ୍ଟିୟାନ ସଂପ୍ରଦାୟକୁ ସଂବୋଧନ କରିବା ପାଇଁ ଆସନ୍ତା ୨୮ ଓ ୨୯ ତାରିଖରେ ପୋପ୍ ଫ୍ରାନସିସ କାଇରୋ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତା ପୂର୍ବରୁ ଆଇଏସ ଏଭଳି ଆକ୍ରମଣ କରିବାକୁ ନେଇ ନିନ୍ଦା କରାଯାଇଥିବା ବେଳେ ପୋପ୍ ମୃତକମାନଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।