ଟ୍ୱିନସିଟିରେ ଶାହରୁଖ-ସଲମାନ । ନବୀନଙ୍କ ବ୍ରାଣ୍ଡ୍ ସିନା ବଢ଼ାଇଲେ, ହେଲେ ଭୋଟ୍ ଆଣିପାରିବେ କି ?

୨୦୧୯ ନିର୍ବାଚନକୁ ଆଉ କେଇ ମାସ ବାକିଥିବାବେଳେ ନବୀନ ଖେଳିଛନ୍ତି ମାଷ୍ଟର ଷ୍ଟ୍ରୋକ୍ । ବଲିଉଡ଼ର କରନ-ଅର୍ଜୁନ କୁହାଯାଉଥିବା ଶାହରୁଖ ଏବଂ ସଲମାନଙ୍କୁ ଦର୍ଶକମାନଙ୍କ ନିକଟତର କରାଇ ଲୋକଙ୍କ ହୃଦୟ ଜିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବୋଲି ଖଟିରେ ଚର୍ଚ୍ଚା ଜୋର ଧରିଛି ।

575

କନକ ବ୍ୟୁରୋ: ଏବେ ଚାରିଆଡ଼େ ଚର୍ଚ୍ଚା ହକି ବିଶ୍ୱକପ ଜରିଆରେ ନବୀନ କଲେ ପ୍ରଚାର । ଆଗାମୀ ୨୦୧୯ ନିର୍ବାଚନ ପୂର୍ବରୁ ହକି ବିଶ୍ୱକପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ କରିଛନ୍ତି । ସେହିଭଳି ଖଟିରେ ମଧ୍ୟ ଏବେ ଚର୍ଚ୍ଚା ହେଉଛି ଯେ, ହକି ବିଶ୍ୱକପରେ ନବୀନ ବିଶ୍ୱବାସୀଙ୍କ ସହ ରାଜ୍ୟର ବିରୋଧୀ ଦଳଙ୍କୁ ଦେଖାଇଦେଲେ ଦମ୍ । କାରଣ ଉଦଘାଟନୀ ଉତ୍ସବରେ ବଲିଉଡ଼ର କିଙ୍ଗ ଖାନ୍ ଶାହରୁଖ ଏବଂ ପ୍ରମୋସନ ସୋ’ରେ ବଲିଉଡର ସୁଲତାନ୍ ସଲମନ ଓଡ଼ିଶାରେ ଧମାଲ କରିଯାଇଛନ୍ତି । ଯାହାକୁ ନେଇ ଲୋକଙ୍କ ମୁହଁରେ ଏବେ ନବୀନଙ୍କ ଜୟ ଜୟକାର ଶୁଣିବାକୁ ମିଳୁଛି ।

୨୦୧୯ ନିର୍ବାଚନକୁ ଆଉ କେଇ ମାସ ବାକିଥିବାବେଳେ ନବୀନ ଖେଳିଛନ୍ତି ମାଷ୍ଟର ଷ୍ଟ୍ରୋକ୍ । ବଲିଉଡ଼ର କରନ-ଅର୍ଜୁନ କୁହାଯାଉଥିବା ଶାହରୁଖ ଏବଂ ସଲମାନଙ୍କୁ ଦର୍ଶକମାନଙ୍କ ନିକଟତର କରାଇ ଲୋକଙ୍କ ହୃଦୟ ଜିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବୋଲି ଖଟିରେ ଚର୍ଚ୍ଚା ଜୋର ଧରିଛି । ଖାସ୍ କରି ଯୁବପୀଢ଼ିଙ୍କ ମନ ପସନ୍ଦ ତଥା ସ୍ୱପ୍ନର ସୁପରଷ୍ଟାର ଏହି ବଲିଉଡ଼ ଯୋଡ଼ି ହକି ବିଶ୍ୱକପ ଉତ୍ସବରେ ସାମିଲ ହୋଇ ଯୁବପୀଢ଼ିଙ୍କୁ ଉତ୍ସାହିତ କରିଥିବାବେଳେ ତାଙ୍କ ମୁହଁରୁ ନବୀନଙ୍କ ପ୍ରଶଂସା ଆଗାମୀ ନିର୍ବାଚନ ପାଇଁ କି-ଫ୍ୟାକ୍ଟର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

କେବଳ କିଙ୍ଗଖାନ୍ କି ଭାଇଜାନ୍ ନୁହେଁ ଓସ୍କାର ବିଜେତା ମ୍ୟୁଜିକ୍ ମାଇଷ୍ଟ୍ରୋ ଏ.ଆର ରେହମାନ୍ ଏବଂ ଧକ୍ ଧକ୍ ଗର୍ଲ ମାଧୁରୀଙ୍କ ଜଲୱା ମଧ୍ୟ ବିଶ୍ୱବାସୀ ଦେଖିଥିଲେ । ଏହି ସବୁ ସୁପରଷ୍ଟାରଙ୍କୁ ଦେଖିବାପରେ ଫ୍ୟାନ୍ ମାନଙ୍କର ପ୍ରତିକ୍ରିୟା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ସାଧାରଣଲୋକ । ତେବେ ଏହି ବିଶ୍ୱକପ ନବୀନଙ୍କ ପାଇଁ ଲକି ହେବ ବୋଲି ଖଟିରେ ଚର୍ଚ୍ଚା ହେଉଛି । କାରଣ ଏଭଳି ସୁପରଷ୍ଟାରଙ୍କ ମେଳି ପୂର୍ବରୁ ଓଡ଼ିଶା କେବେ ଦେଖି ନଥିବାବେଳେ ରାଜ୍ୟ ସରକାରଙ୍କ ଆୟୋଜନ ଏବଂ ନବୀନଙ୍କ ନେତୃତ୍ୱକୁ ନେଇ ଉଭୟ କିଙ୍ଗଖାନ୍ ଓ ଭାଇଜାନ୍ ପ୍ରଶଂସାରେ ପୋତିଦେଇଥିଲେ । ଆଉ ଏହା ଏକ ପ୍ରକାର ଆଗକୁଥିବା ନିର୍ବାଚନରେ ପ୍ରଭାବ ପକାଇବ ବୋଲି ଶୁଣିବାକୁ ମିଳୁଛି ।

ପୂର୍ବରୁ ନବୀନ ବିଭିନ୍ନ ଯୋଜନାକୁ ଲାଗୁ କରି ରାଜ୍ୟବାସୀଙ୍କ ମନରେ ଘର କରିଥିବାବେଳେ ଏବେ ହକି ବିଶ୍ୱକପ ଜରିଆରେ ଯୁବପିଢ଼ୀଙ୍କୁ ମନଜିଣି ଭୋଟ୍ ବ୍ୟାଙ୍କରେ ପରିଣତ କରିବାକୁ ଉଦ୍ୟମ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଆଗକୁ ନିର୍ବାଚନ ଆସୁଥିବାରୁ ବଲିଉଡ଼ର ଏହି ଦୁଇ ସୁପରଷ୍ଟାର ନବୀନଙ୍କ ପାଇଁ କରନ-ଅର୍ଜୁନ ପାଲଟି ଭୋଟ୍ ହାତେଇବାକୁ ବାଜି ଖେଳିଯାଇଛନ୍ତି । ଯାହାକୁ ନେଇ ଏବେ ବିରୋଧୀ ଶିବିରଠୁ ଆରମ୍ଭ କରି ପ୍ରତ୍ୟେକ ଚା’ଖଟିରେ ଶୁଣିବାକୁ ମିଳୁଛି ।