କନକ ବ୍ୟୁରୋ : ରୁବେଲା ଟିକା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ମୃତ୍ୟୁ ଖବର ଆସୁଛି । ତେବେ ଟିକା ନେବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛି ସ୍ୱାସ୍ଥ୍ୟ ବିଭାଗ । କହିଛି, ରୁବେଲା ଟିକାକରଣ ପରେ କୌଣସି ସ୍ଥାନରେ କାହାରି ମୃତ୍ୟୁ ହୋଇନାହିଁ । ଗଣମାଧ୍ୟମରୁ ଖବର ଜଣାପଡିବା ପରେ ଜିଲ୍ଲା ପ୍ରଶାସନିକ ସ୍ତରରେ ଘଟଣାର ଅନୁଧ୍ୟାନ କରାଯାଇଛି ।
ଡାକ୍ତରଙ୍କ କହିବା ଅନୁସାରେ, ଟିକା ନେବାର ୨୪ ଘଂଟା ମଧ୍ୟରେ ରିଆକ୍ସନ କରିଥାଏ । ହେଲେ ବିଭିନ୍ନ ସ୍ଥାନରୁ ଆସିଥିବା ଅଭିଯୋଗ, ଟିକା ନେବାର ୪-୫ ଦିନ ପରେ ଘଟିଛି । ତେଣୁ ଏହାସହ ରୁବେଲା ଟିକାକରଣ କୌଣସି ସଂପର୍କ ନାହିଁ । ରୁବେଲା ଟିକା ନେବା ଯୋଗୁଁ ପାରାଦୀପରେ ଜଣେ, ସୁନ୍ଦରଗଡରେ ଜଣେ ଓ ଝାରସୁଗୁଡାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ସ୍କୁଲରେ ରୁବେଲା ଟିକାକରଣ ସରିଥିବା ବେଳେ ଆଜିଠାରୁ ବିଭିନ୍ନ କମ୍ୟୁନିଟିରେ ଟୀକା ଦିଆଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/vlcsnap-2018-02-19-21h50m56s127.png)